www.samajalive.in
Friday, December 12, 2025
19.1 C
Bhubaneswar

ପାୱାରଙ୍କ ବଂଶଧର ଲୁଟିଛନ୍ତି ମହାରାଷ୍ଟ୍ର ସମବାୟ ବ୍ୟାଙ୍କ: ଶାଲିନୀ ପାଟିଲ

ମୁମ୍ବଇ: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ(ଏମଏସସିବି)ରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପରିବାରର ସମ୍ପୃକ୍ତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ପାୱାରଙ୍କ ବଂଶଧର ସମବାୟ ବ୍ୟାଙ୍କ ଲୁଟିଛନ୍ତି ବୋଲି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତଦାଦା ପାଟିଲଙ୍କ ପତ୍ନୀ ଶାଲିନୀ ପାଟିଲ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତ ଅନେକ ତଥ୍ୟ ମଧ୍ୟ ସେ ଲୋକଲୋଚନକୁ ଆଣିଛନ୍ତି। ଶାଲିନୀ କହିଛନ୍ତି, ଋଣଭାରରେ ବୁଡ଼ିଥିବା ରାଜ୍ୟର ଚିନି କଳଗୁଡ଼ିକ ବହୁ କ୍ଷତି ସହିବା ପରେ ଏମଏସସିବି ପକ୍ଷରୁ ସେଗୁଡ଼ିକୁ ନିଲାମ କରାଯାଇଥିଲା। ପାୱାରଙ୍କ ପରିବାର ଏବଂ ସହଯୋଗୀ ଟେଣ୍ଡର ହାତେଇବା ସକାଶେ ସମସ୍ତ ନିଲାମ ପ୍ରକ୍ରିୟାକୁ ଗୁପ୍ତ ରଖାଯାଇଥିଲା। ଶରଦ ପାୱାର ତାଙ୍କ ପୁତୁରାକୁ ରୋକି ପାରିଥାନ୍ତେି, କିନ୍ତୁ ସେ କିଛି କଲେନାହିଁ ବୋଲି ଶାଲିନୀ କହିଛନ୍ତି।

ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏହି ଦୁର୍ନୀତିରେ ଶରଦ ପାୱାର, ତାଙ୍କ ପୁତୁରା ଅଜିତ ପାୱାର ଏବଂ ଅନ୍ୟ କେତେଜଣ ରାଜନେତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ କରିବା ପରେ ଶାଲିନୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ସମବାୟ କ୍ଷେତ୍ର ଏବଂ କୃଷକମାନଙ୍କର ହାନି ପାଇଁ ସେ ପାୱାର ଏବଂ ତାଙ୍କ ପୁତୁରାଙ୍କୁ ଦାୟୀ କରି ପାଟିଲ କହିଛନ୍ତି, ପାୱାରଙ୍କ ବଂଶଧର ସମ୍ପୂର୍ଣ୍ଣ ସମବାୟ ବ୍ୟାଙ୍କକୁ ଲୁଟିବା ସହିତ ଚିନି କଳର ଘରୋଇକରଣ କରିଛନ୍ତି। ସେ କହିଛନ୍ତି, ଋଣଗ୍ରସ୍ତ ଥିବା ଚିନିକଳର ମୂଲ୍ୟ ୩୦୦ରୁ ୪୦୦ କୋଟି ଟଙ୍କା ହୋଇଥାନ୍ତା। କିନ୍ତୁ ୩୨ରୁ ୪୩ କୋଟି ଟଙ୍କାରେ ତାଙ୍କୁ ନିଲାମ କରିଦିଆଯାଇଛି। ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ଶାଲିନୀଙ୍କ ଏହି ମନ୍ତବ୍ୟ ରାଜ୍ୟରେ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories