www.samajalive.in
Saturday, December 13, 2025
15.1 C
Bhubaneswar

ଆମେରିକାର ନାଇଟ କ୍ଲବରେ ରାତିକରେ ୭.୮ କୋଟି ଉଡ଼ାଇଛନ୍ତି କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ: ୮ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରାତୁଲ ପୁରୀଙ୍କ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ନୂଆ ତଥ୍ୟ ସାମ୍ନାକୁ ଆଣିଛି। ମୋଜରବେୟର କମ୍ପାନୀର କାର୍ଯ୍ୟକାରୀ ନିର୍ଦେଶକ ରାତୁଲ ଆମେରିକାର ଏକ ନାଇଟ୍‌କ୍ଲକରେ ଗୋଟିଏ ରାତିରେ ୧୧ ଲକ୍ଷ ୪୩ ହଜାର ୯୮୦ ଡଲାର ଅର୍ଥାତ ୭କୋଟି ୮୦ ଲକ୍ଷ ଟଙ୍କା ଉଡ଼ାଇଛନ୍ତି ବୋଲି ଇଡି ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି।

ଚାର୍ଜଶିଟରେ ରାତୁଲଙ୍କ ବ୍ୟତୀତ ତାଙ୍କ ସହଯୋଗୀ ଏବଂ ମୋଜରବେୟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀର ନାମ ରହିଛି। ୨୦୧୧ ନଭେମ୍ବରରୁ ୨୦୧୬ ଅକ୍ଟୋବର ମଧ୍ୟରେ ରାତୁଲଙ୍କ ବ୍ୟକ୍ତିଗତ ଖର୍ଚ୍ଚ ୪୫ ଲକ୍ଷ ଡଲାର ଅର୍ଥାତ ୩୨ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ରାତୁଲ ପାଖାପାଖି ୮ ହଜାର କୋଟି ଟଙ୍କାର ଆର୍ଥିକ ଅନିୟମିତତା କରିଛନ୍ତି, ଯାହା ପ୍ରାରମ୍ଭିକ ଆକଳନରୁ ଯଥେଷ୍ଟ ଅଧିକ ବୋଲି ଇଡି କହିଛି।

- Advertisement -

ମୋଜର ବେୟର କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ନେଇଥିବା ଋଣକୁ ନିଜର ସହଯୋଗୀ କମ୍ପାନୀଗୁଡ଼ିକୁ ହସ୍ତାନ୍ତରିତ କରିଛି। କିନ୍ତୁ ସେହି କମ୍ପାନୀଗୁଡ଼ିକ ଜାଲ। ଜାଲ୍‌ କମ୍ପାନୀ ଜରିଆରେ ଋଣ ଅର୍ଥ ଆତ୍ମସାତ କରାଯାଇଛି। ମୋଜର ବେୟର କମ୍ପାନୀର ସହଯୋଗୀ କମ୍ପାନୀଗୁଡ଼ିକରେ ୮୦୦୦ କୋଟି ଟଙ୍କା ନିବେଶ କରାଯାଇଥିବା ଦର୍ଶାଯାଇଛି। କିନ୍ତୁ ଯେଉଁ କମ୍ପାନୀକୁ ଟଙ୍କା ପଠାଯାଇଛି ସେଗୁଡ଼ିକ ଜାଲ ହୋଇଥିବାରୁ ଉକ୍ତ ଋଣ ବାବଦ ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରି ଦୁରୁପୋଯୋଗ କରାଯାଇଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories