www.samajalive.in
Friday, December 12, 2025
23.1 C
Bhubaneswar

ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ବିବାଦ; କହିଲେ ଇଭିଏମରେ ଯେଉଁ ସୁଇଚ୍‌ ଟିପିଲେ ବି ଭୋଟ ଫୁଲକୁ ଯିବ

ଚଣ୍ଡୀଗଡ଼: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟଗ୍ରହଣ ହେବାକୁ ଥିବାବେଳେ ଏହା ପୂର୍ବରୁ ବିଜେପିର ଜଣେ ପ୍ରାର୍ଥୀଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ଅସାନ୍ଧ ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପି ନେତା ବଖଶୀଶ ସିଂହ ୱିର୍କଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ୱିର୍କ ଲୋକଙ୍କୁ ଧମକପୂର୍ଣ୍ଣ ଚେତାବନୀ ଦେବା ସହିତ ଇଭିଏମରେ ଯେକୌଣସି ସୁଇଚ୍‌ ଟିପିଲେ ଭୋଟ ପଦ୍ମ ଫୁଲକୁ ଯିବ ବୋଲି କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଅସାନ୍ଧ ବିଧାନସଭା କ୍ଷେତ୍ରରେ ଏକ ସଭାରେ ସେ ଏଭଳି କହିଥିବା ଜଣାପଡ଼ିଛି।

ବଖଶୀଶ ସଭାରେ କହିଛନ୍ତି, ଆଜି ଯଦି ଆପଣମାନେ ଭୁଲ କରୁଛନ୍ତି, ତେବେ ୫ବର୍ଷ ଧରି ଭୋଗିବେ। କିଏ କାହାକୁ ଭୋଟ ଦେଉଛ ତାହା ବି ମୋତେ ଜଣାପଡ଼ିଯିବ। ଯଦି ଚାହିଁବ କହି ବି ଦେବି। ମୋଦୀ ଏବଂ ମନୋହର ଲାଲଙ୍କ ନଜର ବହୁ ଦ୍ରୁତ। ଆପଣମାନେ ଇଭିଏମରେ ଯେଉଁ ବଟନ ଚିପିଲେ ବି ଭୋଟ ବିଜେପିକୁ ଯିବ। ଆମେ ମେଶିନଗୁଡ଼ିକରେ ସେହିଭଳି ସେଟିଂ କରିଛୁ। ବିଜେପି ନେତାଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଇଭିଏମ ଟ୍ୟାମ୍ପରିଂ ନେଇ ଅଭିଯୋଗ ମଧ୍ୟ କରାଯାଇଛି।

- Advertisement -

ତେବେ ଭିଡିଓ ସମ୍ପର୍କରେ ବଖଶୀଶ କହିଛନ୍ତି, ତାଙ୍କ ମନ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଛି। ଭିଡିଓକୁ ଏଡିଟ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories