www.samajalive.in
Thursday, December 11, 2025
26.1 C
Bhubaneswar

୩ୟ ଟେଷ୍ଟ ଆରମ୍ଭ; ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ପରେ ଭାରତ ୩୨/୨

ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଶନିବାରଠାରୁ ଆରମ୍ଭ ହୋଇଛି। ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଆରମ୍ଭରୁ ୨ଟି ୱିକେଟ ହରାଇଛି। ଦକ୍ଷିଣ ଆଫ୍ରିକା ବୋଲର କାସିଗୋ ରାବାଡା ଟିମ୍‌ ଇଣ୍ଡିଆ ଓପନର ମୟଙ୍କ ଅଗ୍ରୱାଲଙ୍କ ସହିତ ଚେତେଶ୍ଵର ପୂଜାରାଙ୍କୁ ଆଉଟ କରିଛନ୍ତି। ଦୁଇ ୱିକେଟ ହରାଇବା ପରେ ଅନ୍ୟତମ ଓପନର ରୋହିତ ଶର୍ମା ଏବଂ କ୍ୟାପଟେନ ବିରାଟ କୋହଲି ଇନିଂସ ସମ୍ଭାଳିବାକୁ ପ୍ରୟାସ ଚଳାଇଛନ୍ତି। ପ୍ରଥମ ସେସନରେ ୧୩ ଓଭର ଶେଷ ସୁଦ୍ଧା ଦଳ ୨ ୱିକେଟ ବିନିମୟରେ ୩୨ ରନ ସଂଗ୍ରହ କରିଛି। ରୋହିତ ଏବଂ ବିରାଟ ୧୧ ରନ ଲେଖାଏ କରି ଖେଳୁଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ୨ଟି ମ୍ୟାଚରେ ଟିମ ଇଣ୍ଡିଆ ବିଜୟୀ ହେବା ସହିତ ସିରିଜ କବ୍‌ଜା କରିସାରିଛି। ୩ୟ ଟେଷ୍ଟରେ ଭାରତ ବିଜୟ ହାସଲ କରି ସିରିଜକୁ କ୍ଲିନ ସୁଇପ୍‌ କରିବା ଲକ୍ଷ୍ୟ ରଖିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସାନ୍ତ୍ବନାମୂଳକ ଭାବେ ପ୍ରଥମ ବିଜୟ ଅପେକ୍ଷାରେ ରହିଛି।

Hot this week

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

Related Articles

Popular Categories