ଭଦ୍ରକ: ବିଦ୍ୟୁତ ବିଭାଗରୁ ଆସିଛୁ କହି ଅବସରପ୍ରାପ୍ତ ଦମ୍ପତ୍ତିଙ୍କ ଘରେ ପଶିଲେ ଦୁର୍ବୁତ୍ତ ।ଆଉ ଏହାପରେ ଦୁର୍ବୁତ୍ତ ଦମ୍ପତ୍ତିଙ୍କୁ ବାନ୍ଧି ନିସ୍ତୁକ ଭାବେ ପିଟିବା ପରେ ଟଙ୍କା ଓ ଅଳଙ୍କାର ଲୁଟି ନେଲେ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ତିହିଡି ଥାନା ଅଧୀନ ଦୋଳସାହି ଅଞ୍ଚଳରେ । ଦୋଳସାହିରେ ରହୁଥିବା ଅବସରପ୍ରାପ୍ତ ଦମ୍ପତ୍ତି ଚିନ୍ତାମଣି ସାହୁ ଏବଂ ତାଙ୍କ ପତ୍ନୀ ପ୍ରଣତି ସାହୁ ଶୁକ୍ରବାର ଘରେ ଥିବା ସମୟରେ ଅପରାହ୍ନରେ ଦୁଇ ଗୋଟି ବାଇକ ନେଇ ତାଙ୍କ ଘର ପାଖରେ ପହଞ୍ଚିଥିଲେ ।
ଏହାପରେ ନିଜକୁ ବିଦ୍ୟୁତ ବିଭାଗର କର୍ମଚାରୀର ପରିଚୟ ଦେଇ ଘର ଭିତରେ ପଶିଥିଲେ ।ଏହାପରେ ଅବସରପ୍ରାପ୍ତ ଦମ୍ପତ୍ତିଙ୍କୁ ଘରେ ବାନ୍ଧି ଦୁର୍ବୁତ୍ତ ନିସ୍ତୁକ ପିଟିବା ପରେ ଲୁଟପାଟ ଆରମ୍ଭ କରିଥିଲେ। ଘରେ ଥିବା ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ଧରି ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ।



