www.samajalive.in
Thursday, December 11, 2025
14.1 C
Bhubaneswar

ହିନ୍ଦୁ ମହାସଭା ନେତା କମଲେଶ ତିୱାରୀଙ୍କୁ ଗୁଳିମାଡ଼

ଲକ୍ଷ୍ନୌ: ଅଯୋଧ୍ୟା ଜମି ବିବାଦ ମାମଲାରେ ପକ୍ଷଭୁକ୍ତ ହୋଇଥିବା ହିନ୍ଦୁ ମହାସଭାର ନେତା କମଲେଶ ତିୱାରୀଙ୍କୁ ଶୁକ୍ରବାର ଗୁଳିମାଡ଼ ହୋଇଛି। ନାକା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗୁଳିମାଡ଼ କରିବା ପରେ ୨ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଛନ୍ତି। କମଲେଶଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବାରେ ଲାଗିଛି।

ସୂଚନା ଅନୁସାରେ, ଅଭିଯୁକ୍ତମାନେ କମଲେଶଙ୍କୁ ଫୋନ କରି ନାକା ଥାନା ଅନ୍ତର୍ଗତ ଖୁର୍ଶେଦବାଗ କଲୋନୀରେ ଥିବା ହିନ୍ଦୁ ମହାସଭାର କାର୍ଯ୍ୟାଳୟ ଆସିଥିଲେ। ଅଭିଯୁକ୍ତଦ୍ବୟ ପ୍ରଥମେ କମଲେଶଙ୍କ ସହିତ ବସି ଚା’ ପିଇଥିଲେ। ପରେ ମିଠା ପ୍ୟାକେଟରୁ ବନ୍ଧୁକ ବାହାର କରି ସାମ୍ନାରେ ବସିଥିବା କମଲେଶଙ୍କୁ ଗୁଳି କରିଥିଲେ। ମିଠା ପ୍ୟାକେଟରେ ଛୁରି ରଖିଥିବା ମଧ୍ୟ କୁହାଯାଉଛି। ଜଣେ ଅଭିଯୁକ୍ତ ଗୁଳି କରିଥିବାବେଳେ ଅନ୍ୟ ଜଣେ ଛୁରିରେ ତାଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁଳିଟି ମଧ୍ୟ କମଲେଶଙ୍କ ବେକରେ ବାଜିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories