www.samajalive.in
Saturday, December 13, 2025
26.1 C
Bhubaneswar

ଅମିତାଭ ବଚ୍ଚନ ଅସୁସ୍ଥ

ମୁମ୍ବଇ: ବଲିଉଡ୍‌ର ବିଶିଷ୍ଟ ଅଭିନେତା ତଥା ବିଗ୍‌ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ବର୍ତ୍ତମାନ ମୁମ୍ବଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ରାତି ୩ଟାରେ ହସ୍ପିଟାଲ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବା ଲାଗି ଆଉ ଗୋଟିଏ କିମ୍ବା ୨ଦିନ ସମୟ ଲାଗିବ ବୋଲି କୁହାଯାଇଛି। ଆସନ୍ତା ରବିବାର ତାଙ୍କୁ ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି।

ତେବେ ଅମିତାଭଙ୍କୁ ନାନାବତୀ ହସ୍ପିଟାଲରେ କେଉଁ ସ୍ଥାନରେ ଚିକିତ୍ସା କରାଯାଉଛି ତାହାକୁ ଗୁପ୍ତ ରଖାଯାଇଛି। ତେଣୁ ଗୁରୁବାର ସୁଦ୍ଧା ସେ ହସ୍ପିଟାଲ ଯାଇଥିବା ସମ୍ପର୍କରେ ସୂଚନା ମିଳିପାରି ନ ଥିଲା। ଏପରି କି କୌଣସି ସେଲିବ୍ରିଟି ମଧ୍ୟ ଏ ସମ୍ପର୍କରେ ଜାଣିପାରି ନ ଥିଲେ। କୌଣସି ବ୍ୟକ୍ତିଙ୍କୁ ତାଙ୍କ ନିକଟକୁ ଛଡ଼ାଯାଉ ନାହିଁ। ଏହାକୁ ରୁଟିନ ଚେକ୍‌ଅପ ବୋଲି କୁହାଯାଉଛି। ମାତ୍ର ଏହାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଏହା ରୁଟିନ ଚେକଅପ୍‌, ତେବେ ରାତି ୩ଟାରେ କ’ଣ ପାଇଁ ତାଙ୍କୁ ହସ୍ପିଟାଲ ନିଆଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories