www.samajalive.in
Thursday, December 11, 2025
16.1 C
Bhubaneswar

ଜାତିସଂଘରେ ଆର୍ଥିକ ସଙ୍କଟ; ବନ୍ଦ ହେବ ଏସି, ଲିଫ୍ଟ, ଏସ୍‌କାଲେଟର

ନ୍ୟୁୟର୍କ: ଜାତିସଂଘରେ ଆର୍ଥିକ ସଙ୍କଟ ଦିନକୁ ଦିନ ଜଟିଳ ଅବସ୍ଥାକୁ ଗତି କରୁଛି। କର୍ମଚାରୀମାନଙ୍କୁ ଦରମା ଦେବା ଲାଗି ଅର୍ଥ ନ ଥିବା ଜାତିସଂଘ ପକ୍ଷରୁ କୁହାଯାଇଥିବାବେଳେ ବର୍ତ୍ତମାନ ଖର୍ଚ୍ଚ କାଟ କରିବାକୁ ନୂଆ ନିୟମ କରାଯାଇଛି। ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଏସି, ଲିଫ୍ଟ ଏବଂ ଏସ୍‌କାଲେଟର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ କାର୍ଯ୍ୟାଳୟ ବାହାରେ ଥିବା ଫାଉଣ୍ଟେନକୁ ବି ବନ୍ଦ କରିଦିଆଯିବ। ଆସନ୍ତା ସୋମବାରଠାରୁ ଏହି ନିୟମ ଲାଗୁ କରାଯିବ। ଏହାବ୍ୟତୀତ ମୁଖ୍ୟାଳୟରେ କାମ କରୁଥିବା ଅଧିକାରୀ, କର୍ମଚାରୀଙ୍କୁ ବିଭିନ୍ନ ବୈଠକ, ଯାତ୍ରା ଏବଂ କାଗଜପତ୍ରକୁ ୬ଟି ଭାଷାରେ ଅନୁବାଦ କରିବା ଉପରେ ମଧ୍ୟ କାଣ୍ଟଛାଣ୍ଟ କରିବାକୁ ମଧ୍ୟ କୁହାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏହି ଆଦେଶ ଜାରି କରିବା ସହିତ ସୋମବାରଠାରୁ ଜାତିସଂଘ ମୁଖ୍ୟାଳୟ ସମେତ ବିଶ୍ଵବ୍ୟାପୀ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏହାକୁ ଲାଗୁ କରିବାକୁ କହିଛନ୍ତି। ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ଗୁଟେରସ୍‌ କହିଛନ୍ତି।

ସୂଚନା ଅନୁସାରେ, ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିଜର ବାର୍ଷିକ ବକେୟା ଅର୍ଥରାଶି ପ୍ରଦାନ କରି ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଯଦି ତୁରନ୍ତ ରାଷ୍ଟ୍ରଗୁଡ଼ିକ ଅର୍ଥ ପ୍ରଦାନ ନ କରନ୍ତି, ତେବେ ଜାତିସଂଘ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ୧୯୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨୮ଟି ଦେଶ ସେମାନଙ୍କ ବକେୟା ରାଶି ପ୍ରଦାନ କରିଛନ୍ତି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories