ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆରଏସଏସ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ଏଥି ସହ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ୧୬ରୁ ୧୮ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆରଏସଏସ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ। ଓଡିଶାରେ ପ୍ରଥମ ଥର ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରାନ୍ତ ଓ କ୍ଷେତ୍ରରୁ ପ୍ରଚାରକ, କାର୍ୟ୍ୟବାହ ଓ ସଂଘଚାଳକ ଏବଂ ଅଖିଳ ଭାରତ କାର୍ୟ୍ୟକାରିଣୀଙ୍କ ସମେତ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଏଥିରେ ବର୍ଷକର କାର୍ୟ୍ୟକ୍ରମ ସମୀକ୍ଷା ହେବା ସହ ଗୋଟିଏ ବର୍ଷର ଯୋଜନା ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

Comments are closed.