ଆଜି ସାବିତ୍ରୀ ବ୍ରତ

0

ଓଡ଼ିଶାର ପ୍ରତ୍ୟେକ ହିନ୍ଦୁ ସଧବା ନାରୀମାନେ ନିଜ ସ୍ବାମୀଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାନ୍ତି। ବିଧି ମୁତାବକ ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ମଧ୍ୟାହ୍ନ ସମୟରେ ବ୍ରାହ୍ମଣଙ୍କ ଦ୍ବାରା ପୂଜାକର୍ମ ଆରମ୍ଭ କରାଯାଇଥାଏ। ଗୋଟିଏ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ବାରା ଯତ୍ନରେ ସଜାଇ ସାବିତ୍ରୀ ଦେବୀ ରୂପେ ସ୍ଥାପନା କରି ଧୂପ, ଦୀପ, ପୁଷ୍ପ ଅର୍ପଣ କରନ୍ତି। ପାଚିଲା ଆମ୍ବ, ପଣସ, ସୁପରୀ, ତାଳସଜ, ନଡ଼ିଆ, କଦଳି ପ୍ରଭୃତି ଫଳ ଓ ଧୁଆମୁଗ ନୈବେଦ୍ୟ ରୂପେ ବଢ଼ାଯାଏ। ସ୍ବାମୀ ହିଁ ସ୍ତ୍ରୀର ଜୀବନ ସର୍ବସ୍ବ। ସ୍ବାମୀ ସେବା କରିବା ନାରୀର ଶ୍ରେଷ୍ଠ ଧର୍ମ। ଏହି ସାବିତ୍ରୀ ବ୍ରତ ବିଷୟକୁ ବିଚାର କଲେ ତିନିଟି ମୁଖ୍ୟ କଥା ଦୃଷ୍ଟିପଥକୁ ଆସେ। ପ୍ରଥମ କଥାଟି ହେଲା, ମାଆ ସାବିତ୍ରୀଙ୍କ ଆଶୀର୍ବାଦରୁ ଅଶ୍ବପତିଙ୍କର ସାବିତ୍ରୀ ନାମ୍ନୀ କନ୍ୟା ଲାଭ। ଦ୍ବିତୀୟ କଥାଟି ହେଉଛି ସ୍ବଭକ୍ତି ବଦଳରେ ସତୀ ସାବିତ୍ରୀ ସ୍ବାମୀଙ୍କର ଜୀବନ ଫେରାଇ ଆଣିବା ଏବଂ ଶେଷ କଥାଟି ହେଲା- ଏହି ବ୍ରତରେ ଜଗତର ସ୍ରଷ୍ଟା ଓ ଆଦର୍ଶ ଦମ୍ପତି ଲକ୍ଷ୍ମୀନାରାୟଣଙ୍କର ଆଶୀର୍ବାଦ ଭିକ୍ଷା।

Leave A Reply