www.samajalive.in
Friday, December 12, 2025
26.1 C
Bhubaneswar

୨୩ କୋଟି ଖର୍ଚ୍ଚ ସତ୍ତ୍ବେ ଏବେ ବି ନଗଡ଼ା ଶିଶୁ ଭୋକିଲା

ଭୁବନେଶ୍ବର : ନଗଡାକୁ ନେଇ କେତେ ଆଲୋଚନା ଓ ଚର୍ଚ୍ଚା। ଗଣମାଧ୍ୟମରେ ନଗଡାର ପୁଷ୍ଟିହୀନତା ଖବର ପାଇବାର ତିନି ବର୍ଷରୁ ଅଧିକ ହୋଇଗଲାଣି। ସରକାରୀବାବୁଙ୍କ ଘନ ଘନ ଗସ୍ତ ସହ ସେଠାରେ ଉନ୍ନୟନମୂଳକ କାର୍ଯ୍ୟ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଗଲା। କିନ୍ତୁ ସେଠାକାର ଚିତ୍ର ବଦଳିନି। ନଗଡା ପୂର୍ବରୁ ଯେମିତି ଥିଲା ସେମିତି ରହିଛି। ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଏହି ମାମଲାରେ ପୁଣି ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବିକ ଅଧିକାର ଆୟୋଗ। ଏସବୁ ସତ୍ତ୍ବେ କାହିଁକି ନଗଡାର ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ, ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କଠାରୁ ଆୟୋଗ ରିପୋର୍ଟ ମାଗିଛନ୍ତି।
ନଗଡାର ଏଭଳି ସ୍ଥିତି ଉପରେ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଗତ ଅଗଷ୍ଟ ମାସରେ ଏକ ପିଟିସନ୍ ଦାୟର କରିଥିଲେ। ସେ ଦର୍ଶାଇଥିଲେ ୨୦୧୬ ଜୁଲାଇ ମାସରେ ଗଣମାଧ୍ୟମରେ ନଗଡାରେ ଶିଶୁଙ୍କ ପୁଷ୍ଠିହୀନତାରେ ମୃତ୍ୟୁ କଥା ପଦାକୁ ଆସିଥିଲା। ଏହାପରେ ସରକାର ସଜାଗ ହୋଇଥିଲେ। ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ତିନି ବର୍ଷରୁ ଅଧିକ ସମୟ ପରେ ଅବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ‘ଖାଦ୍ୟ ଅଧିକାର ଅଭିଯାନ’ ପକ୍ଷରୁ ସେଠାକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ଜୁଲାଇ ମାସ ୮ ତାରିଖରେ ଯାଇଥିଲେ। ସେମାନେ ଦେଖିବାକୁ ପାଇଥିଲେ ଯେ ଏବେ ବି ଶିଶୁମାନେ ପୁଷ୍ଟିହୀନତାର ଶିକାର ଅଛନ୍ତି। ତିନି ଓଳି ଏହି ଜୁଆଙ୍ଗ ଶିଶୁଙ୍କୁ କେବଳ ଭାତ. ଡାଲି ଓ ଲୁଣ ଖାଇବାକୁ ଦିଆଯାଉଛି। ଗାଁ ଲୋକଙ୍କ ପାଇଁ ଏନଆରଜିଏ ଅଧିନରେ ୮୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲେ ମଧ୍ୟ ୪ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ ହୋଇପାରିଛି। ପାନୀୟ ଜଳ ଯୋଗାଣ ପାଇଁ ହୋଇଥିବା ପ୍ରକଳ୍ପ ଅଚଳ ହୋଇପଡିଛି। ତେଣୁ ଗାଁ ଲୋକମାନେ ବିଶୁଦ୍ଧ ଜଳରୁ ବଞ୍ଚିତ ହେଉଛନ୍ତି। ସୂଚନା ଅଧିକାର ତଥ୍ୟ ଅନୁସାରେ ନଗଡା ପାଇଁ ବିଭିନ୍ନ ପ୍ରକଳ୍ପରେ ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇ ସାରିଛି। କିନ୍ତୁ ସେମାନଙ୍କୁ ମୁଖ୍ୟ ଧାରାରେ ସାମିଲ କରାଯାଇପାରିନାହିଁ। ଅଖଣ୍ଡଙ୍କ ଏହି ଅଭିଯୋଗକୁ ଗ୍ରହଣ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ । ଏହା ଉପରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ରିପୋର୍ଟ ନ ଦେଲେ ମାନବିକ ଅଧିକାର ସୁରକ୍ଷା ଆଇନ, ୧୯୯୩ ଧାରା ୧୩ ଅନୁଯାୟୀ ବ୍ୟକ୍ତିଗତ ଭାବେ ହାଜର ଦେବାକୁ ପଡିବ ବୋଲି କମିଶନ ତାଙ୍କ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories