ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଲୁଙ୍ଗା ବାଣପୁର ଥାନା ଚିଲିକା ବ୍ଲକ ଅନ୍ତର୍ଗତ ନଇରି ବଡ଼ ସାହିରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ବନ୍ଦ ଘର ମଧ୍ୟରୁ ଏକ ନବ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ବାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ନଇରି ବଡ଼ ସାହିରେ ନବ ଦମ୍ପତ୍ତି ଏକ ଭଡ଼ା ଘରେ ରହୁଥିଲେ। ସେମାନେ ୫ ମାସ ତଳେ ବିବାହ କରିଥିଲେ।
Popular Categories



