www.samajalive.in
Thursday, December 11, 2025
16.1 C
Bhubaneswar

ଜଣେ ସ୍ବାମୀକୁ ୭ସ୍ତ୍ରୀ, ମୃତଦେହ ନେବାକୁ ଛିଡୁନି କଳି

ହରିଦ୍ବାର : ଉତ୍ତରାଖଣ୍ଡର ହରିଦ୍ବାର ଜିଲାରେ ଜଣେ ଯୁବକଙ୍କ ମୃତଦେହ ନେବାପାଇଁ ସାତ ଜଣ ମହିଳା ନିଜକୁ ମୃତକଙ୍କ ପତ୍ନୀ ବୋଲି କହିବା ସହିତ ମୃତଦେହ ନେବା ପାଇଁ ଦାବି କରିଥିବା ଜଣାପଡିଛି। ସୂଚନା ମୁତାବକ, ହରିଦ୍ବାର ଜିଲାର ବସ୍ତିରେ ରହୁଥିବା ଗାଡି ଚାଳକ ପବନ କୁମାର ରବିଦାସ(୪୦) ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିଲେ। ଆର୍ଥିକ ଦୁଃସ୍ଥିତି ଯୋଗୁଁ ସେ ଆତ୍ମହତ୍ୟା କରିଥିବାବେଳେ ତାଙ୍କୁ  ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପବନଙ୍କ ମୃତ୍ୟୁ ପରେ ସେଠାରେ ଅସଲ ଡ୍ରାମା ଆରମ୍ଭ ହୋଇଥିଲା। ଜଣଙ୍କ ପରେ ଜଣେ ସାତ ଜଣ ମହିଳା ଆସି ପୁଲିସକୁ ପବନଙ୍କ ସ୍ତ୍ରୀ ବୋଲି କହିବା ସହିତ ମୃତଦେହ ନେବାପାଇଁ ଦାବି କରିଥିଲେ। ମାତ୍ର ପୁଲିସ ମୃତଦେହ କହାକୁ ନଦେଇ ସଂରକ୍ଷିତ ରଖିଥିବା ସୂଚନା ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories