www.samajalive.in
Thursday, December 11, 2025
16.1 C
Bhubaneswar

ଦର୍ପଣରେ ଦେଖାଯାଏ ନାହିଁ ଇମ୍ରାନଙ୍କ ପତ୍ନୀଙ୍କ ପ୍ରତିଛବି!

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କ ପ୍ରତିଛବି ଦର୍ପଣରେ ଦେଖାଯାଏ ନାହିଁ। ପାକ୍‍ର ଏକ ଗଣମାଧ୍ୟମ ଏହି ସୂଚନା ଦେଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି ଏହି ଅଦ୍ଭୁତ ଖବର ବିଷୟରେ ସୂଚନା ଦେଇଥିବା ପାକ୍ ବୈଦ୍ୟୁତିକ ଗଣମାଧ୍ୟମ କ୍ୟାପିଟାଲ ଟିଭି ପକ୍ଷରୁ କୁହାଯାଇଛି।

- Advertisement -

ବୁଶରାଙ୍କ କିଛି ଭକ୍ତଙ୍କ କହିବାନୁସାରେ, ସେ ଅନେକ ଆଧ୍ୟାତ୍ମିକ ଶକ୍ତିର ଅଧିକାରିଣୀ। ସେମାନେ ତାଙ୍କୁ ବୁଶରା ବିବି ବ୍ୟତୀତ ପିରନୀ ଓ ବିବି ପାକ୍‍ ଦାମନ ନାଁରେ ମଧ୍ୟ ଡାକନ୍ତି। ସେ ଜଣେ ଆଧ୍ୟାତ୍ମିକ କାଉନ୍‍ସେଲର। ଇସ୍‍ଲାମ୍‍ ଧର୍ମର ନିୟମକୁ ସେ କଡ଼ାକଡ଼ି ଭାବେ ପାଳନ କରନ୍ତି। ବୁଶରା ଜଣେ ଏମିତି ମହିଳା ଯିଏକି କାହାର ବି ଭାଗ୍ୟ ବଦଳାଇ ପାରନ୍ତି ବୋଲି ସେଠାକାର ଲୋକଙ୍କ ବିଶ୍ୱାସ ରହିଛି।
ନ୍ୟୁୟର୍କରେ ଯୁକ୍ତରାଷ୍ଟ୍ର ମହାସଭାର ୭୪ତମ ଅଧିବେଶନରେ ଭାଗ ନେବା ପୂର୍ବରୁ ଇମ୍ରାନ ନିଜ ପତ୍ନୀଙ୍କ ସହ ତୀର୍ଥ ଯାତ୍ରା କରିଥିଲେ। ସେହି ସମୟର ଫଟୋରେ ବୁଶରା ବିବି ବୁର୍‍କାରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଘୋଡ଼ାଇ ହୋଇଥିବା ନଜର ଆସିଥିଲେ। କହିବାକୁ ଗଲେ, ବୁଶରା ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସ୍ତ୍ରୀ, ଯିଏ କି ବୁର୍‍କାରେ ସମ୍ପୂର୍ଣ୍ଣ ରୂପେ ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ବୁଶରା ଇମ୍ରାନଙ୍କ ତୃତୀୟ ପତ୍ନୀ। ୨୦୧୫ରେ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା। ଇମ୍ରାନ ବୁଶରାଙ୍କ ପାଖକୁ ଆଧ୍ୟାତ୍ମିକ ଜ୍ଞାନ ନେବାକୁ ଯାଉଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories