ମ୍ୟାଁମାର ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ, ୧୯ ମୃତ

0

ୟାଙ୍ଗୁନ : ମ୍ୟାଁମାରର ଉତ୍ତରସ୍ଥ ସାନ ପ୍ରଦେଶରେ ବିଦ୍ରୋହୀ ଓ ସେନା ମଧ୍ୟରେ ସଂଘର୍ଷ ଘଟି ୧୯ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍ଗ ନ୍ୟାସନାଲ ଲିବରେସନ ଆର୍ମି (ଟିଏନଏଲଏ) ଓ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଛି। ସ୍ୱାୟତ୍ତତା ଦାବିରେ ବିଦ୍ରୋହୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ସରକାର ଏହାକୁ ବିରୋଧ କରିଥିଲେ। ମ୍ୟାଁମାରର ଏକ ତୃତୀୟାଂଶ ସହର ବିଭିନ୍ନ ପ୍ରକାର ବିଦ୍ରୋହ ଦେଖାଯାଇଛି। ୨୦୧୭ରେ ପ୍ରକାଶିତ ଏସିଆନ ଫାଉଣ୍ଡେସନର ରିପୋର୍ଟ ଅନୁଯାୟୀ ଦେଶର ଏକ ତୃତୀୟାଂଶ ସହରରେ ବିଭିନ୍ନ ପ୍ରକାର ହିଂସା ଓ ଅରାଜକତା ଲାଗି ରହିଛି।

Leave A Reply