ମାଣତ୍ରୀରେ ଜିଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ

ବଡ଼ସାହି: ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀରେ ଶୁକ୍ରବାର ଜିଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ମୟୁରଭଞ୍ଜ ଜିଲାର ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରିଣୀ ତନୁଜା ସିର୍କାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାବା କଖାରୁଆ ବୈଦନାଥ ମହାବିଦ୍ୟାଳୟ ରେଡ଼କ୍ରସ ସ୍ୱେଚ୍ଛାସେବୀଗଣ ମନ୍ଦିରରୁ ଏକ ରାଲିରେ ବାହାରି ବଜାର ପରିକ୍ରମା କରିଥିଲେ। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ସମସ୍ତଙ୍କ କର୍ତ୍ତବ୍ୟବୋଧତା, ସ୍ୱଚ୍ଛତା ଓ ପର୍ଯ୍ୟଟକଙ୍କ ବିଶ୍ୱାସଭାଜନ ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ସ୍ୱେଚ୍ଛାସେବୀ, ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ଓ ମନ୍ଦିରର ସେବାୟତ ମିଳିତ ଭାବରେ ମନ୍ଦିର ଭିତର ଓ ବେଢ଼ା ପ୍ରାଙ୍ଗଣ ସଫେଇ କରିଥିଲେ। ଏହାପରେ ମନ୍ଦିର ପରିଚ୍ଛା ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରିଣୀଙ୍କ ସହିତ ରେଡ଼କ୍ରସ କାଉନସେଲର ଅଧ୍ୟାପକ ଅର୍ନ୍ତଯ୍ୟାମୀ ନାୟକ ଓ ଧର୍ମଜାଗରଣ ସମିତି ଜିଲା ପ୍ରମୁଖ ରାଜେନ୍ଦ୍ର ବିନ୍ଧାଣୀ ଯୋଗଦେଇ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବଡ଼ପଣ୍ଡା ମାନସ ରଞ୍ଜନ ପଣ୍ଡା, ପୂଜକ ଜୟନ୍ତ କୁମାର ପଣ୍ଡା ଓ ଖେଳ ଶିକ୍ଷକ ଅମ୍ବିକା ମିଶ୍ର ନେତୃତ୍ୱ ନେଇଥିଲେ।

kalyan agarbati

Comments are closed.