ବିଜେପି ପକ୍ଷରୁ ବାଲିକୁଦା ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା

ବାଲିକୁଦା: ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାମରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କାଘରକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ପରିଣତ କରିଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ଆତ୍ମସାତ୍ କରି ନାଁ ବଦଳାଇ ବାହାବାହାବା ନେବାକୁ ବସିଛନ୍ତି ବୋଲି କହିବା ସହିତ ଏହା ବିରୁଦ୍ଧରେ ରାଜ୍ୟ ବିଜେପିର ଡାକରାରେ ଶୁକ୍ରବାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ସଞ୍ଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏହାର ପ୍ରତିବାଦ କରିଛନ୍ତି। ଶୁକ୍ରବାର ଏସାର ତେଲ ଟାଙ୍କି ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ବାଲିକୁଦା ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କର ଏଭଳି ନୀତିକୁ ବିଜେପିକର୍ମୀମାନେ ଦୃଢ ବିରୋଧ କରିବା ସହିତ ଏହାର ପ୍ରତିବାଦ କରିଥିଲେ । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲିକୁଦା ବିଡିଓ କଲ୍ୟାଣୀ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ ମହାନ୍ତି, ରାଜ୍ୟ ଉପସଭାପତି ଓବିସି ମୋର୍ଚ୍ଚା ନୃସିଂହ ଚରଣ ସାହୁ, ଜିଲ୍ଲା ଉପ-ସଭାପତି ନିର୍ଲିପ୍ତ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ମୋହିତ ମହାନ୍ତି, କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

kalyan agarbati

Comments are closed.