www.samajalive.in
Monday, December 8, 2025
13.1 C
Bhubaneswar

ମଦ ପିଇ ପୁଅକୁ ପିଟୁଥିଲେ ମହିଳା, ପୁଲିସର ସାହାଯ୍ୟ ଲୋଡିଲେ ଅସହାୟ ନାବାଳକ

ଆଗ୍ରା: ଜଣେ ନାବାଳକ ନିଜ ମା’ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ନାବାଳକ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ମା’ ନିଶାସକ୍ତ ଅବସ୍ଥାରେ ତାଙ୍କୁ ମାରପିଟ୍‌ କରୁଛନ୍ତି। ଏହି କାରଣରୁ ସେ ଆଈଙ୍କ ଘରେ ରହୁଛନ୍ତି। କିନ୍ତୁ ତାଙ୍କ ମା’ ସେଠାରେ ତାଙ୍କୁ ରହିବାକୁ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନାବାଳକଙ୍କ ମା’ ଓ ବାପା ଅନ୍ୟତ୍ର ବିବାହ କରି ସାରିଛନ୍ତି। ଏହି କାରଣରୁ ନାବାଳକ ଜଣଙ୍କ ନିଜ ଆଈଙ୍କ ଘରେ ରହି ପଢୁଛନ୍ତି। ହେ​‌ଲେ ତାଙ୍କ ମା’ ତାଙ୍କୁ ସେଠାରେ ଶାନ୍ତିରେ ରଖେଇ ଦେଉନାହାନ୍ତି। ଗତ କିଛି ଦିନ ତଳେ ନାବାଳକଙ୍କ ମା’ ଆସି ତାଙ୍କୁ ନିଜ ସହ ଘରକୁ ନେଇଯାଥିଲେ। ସେଠାକୁ ଅନ୍ୟ କେତେକ ଲୋକମାନେ ମଧ୍ୟ ଆସନ୍ତି। ସେମାନଙ୍କୁ ମଦ ପରଶିବା ପାଇଁ ନାବାଳକଙ୍କୁ ତାଙ୍କ ମା’ ଅନେକ ଥର ବାଧ୍ୟ କରିଛନ୍ତି। ସେ ରାଜି ନହେଲେ ତାଙ୍କ ମା’ ଏବଂ ଘରକୁ ଆସୁଥିବା ଲୋକମାନେ ମିଶି ନାବାଳକଙ୍କୁ ପିଟନ୍ତି। ଏଭଳି ଘଟଣା ଘଟିବା ପରେ ସେ ବାଧ୍ୟ ହୋଇ ପୁଣି ଆଈଙ୍କ ଘରକୁ ଫେରି ଆସିଥିଲେ। ପୁଣି ଗତ ବୁଧବାର ନାବାଳକଙ୍କୁ ନେବା ପାଇଁ ତାଙ୍କ ମା’ ଆସିଥିଲେ। କିନ୍ତୁ ଆଈ ଓ ସ୍ଥାନୀୟଲୋକେ ବିରୋଧ କରିବାରୁ ସେ ଧମକ ଦେଇ ଯାଇଛନ୍ତି ବୋଲି ନାବାଳକ ଜଣଙ୍କ ଥାନରେ ଅଭିଯୋଗ କରିଛନ୍ତି। ତାଙ୍କ ମା’ ବିରୋଧରେ କଡା କାଯ୍ୟାନୁଷ୍ଠାନ ନେବା ପାଇଁ ନାବାଳକ ପୁଲିସକୁ ଅନୁରୋଧ କରିଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories