www.samajalive.in
Thursday, December 11, 2025
15.1 C
Bhubaneswar

ଇତିହାସରେ ଭାରତର ଲୁଟେରାଙ୍କୁ କୁହାଯାଇଛି ମହାନ : ଭେଙ୍କେୟା ନାଇଡୁ

ନୂଆଦିଲ୍ଳୀ : ଭମ୍ରାତ୍ମକ ତଥ୍ୟ ଆଧାରରେ ଭାରତର ଇତିହାସକୁ ଉପସ୍ଥାପିତ କରାଯାଇଛି ବୋଲି ଗୁରୁବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି। ସେ କହିଛନ୍ତି ଯେ ଉପନିବେଶକଙ୍କ ଶାସନ ସମୟରୁ ଆମ ଇତିହାସକୁ ଭାଙ୍ଗିରୁଜି ଉପସ୍ଥାପନ କରାଯାଇଛି। ଫଳରେ ଆମ ଆଗରେ ଭାରତର ବାସ୍ତବ ଇତିହାସ ଉପସ୍ଥାପନ ହୋଇପାରିନାହିଁ। ପୁନେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହା କହିଛନ୍ତି।

ଏହାସହ ଭାରତର ପ୍ରାଚୀନ ଇତିହାସକୁ ପୁଣି ଥରେ ଲେଖିବାର ଆବଶ୍ୟକତା ଅଛି ବୋଲି ଭେଙ୍କେୟା ଦର୍ଶାଇଛନ୍ତି। ଭେଙ୍କୟା କହିଛନ୍ତି ଯେ ଏକ ସମୟରେ ଭାରତ ‘ବିଶ୍ୱ ଗୁରୁ’ ଭାବେ ପରିଚିତ ଥିଲା। ସେତେବେଳେ ଆମ ମୋଟ ଘରୋଇ ଉତ୍ପାଦ (ଜିଡିପି) ବିଶ୍ୱର ୨୦% ଥିଲା। ଭାରତ କେବେ ବି ଅନ୍ୟ ଦେଶ ଉପରେ ଆକ୍ରମଣ କରିନାହିଁ। ହେଲେ ଭାରତ ଇତିହାସକୁ ସଠିକ ଭାବେ ଲେଖାଯାଇନାହିଁ। ଉପନିବେଶକ ଶାସକ ଆମ ଇତିହାସକୁ ଭାଙ୍ଗିରୁଜି ଉପସ୍ଥାପନ କରିଛନ୍ତି। ଯେଉଁ ଲୋକ ଭାରତକୁ ଆସି ଆମକୁ ଆକ୍ରମଣ କଲେ, ଶାସନ କଲେ, ଦେଶକୁ ବର୍ବାଦ କଲେ, ଲୁଟିଲେ, ଆମକୁ ଧୋକା ଦେଲେ, ସେହି ଲୋକଙ୍କୁ ଇତିହାସରେ ମହାନ ବୋଲି ଦର୍ଶାଯାଇଛି। ଇତିହାସରେ ଶିବାଜୀ ମହାରାଜ, ବସଭେଶ୍ୱର, ଜ୍ଞାନେଶ୍ୱର, ରାଣୀ ଲକ୍ଷ୍ମୀ ବାଇ, ଶଙ୍କରାଚାର୍ଯ୍ୟଙ୍କ ବିଷୟରେ ବିଶେଷ କିଛି ଉଲ୍ଲେଖ କରାଯାଇ ନାହିଁ। ତେଣୁ ଭାରତର ଇତିହାସକୁ ପୁନଃ ଲେଖିବାର ଆବଶ୍ୟକତା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories