ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପୁଣି ଜଣେ ସାମ୍ବାଦିକା ଲୁଟପାଟ୍ର ଶିକାର ହୋଇଛନ୍ତି। ଦିନ ଦ୍ବିପ୍ରହରରେ ଜଣେ ସାମ୍ବାଦିକାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକା ଜଣଙ୍କ ରାସ୍ତାରେ ଚାଲିକି ଯାଉଥିବା ବେଳେ ବାଇକରେ ଦୁଇ ଜଣ ଲୁଟେରା ଆସି ତାଙ୍କ ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାଟି ନୂଆଦିଲ୍ଲୀର ଓଖଲା ଅଞ୍ଚଳରେ ଘଟିଛି। ଏହାର ପୁରା ଦୃଶ୍ୟ ସିସିଟିଭି ଫୁଟେଜ୍ରେ ରେକର୍ଡ ହୋଇଛି। ଲୁଟେରା ଓ ସାମ୍ବାଦିକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଫୁଟେଜରେ ଦେଖିବାକୁ ମିଳିଛି।
ଏହା ପୂର୍ବରୁ ଅନ୍ୟ ଜଣେ ସାମ୍ବାଦିକା ମଧ୍ୟ ନୂଆଦିଲ୍ଲୀରେ ଲୁଟ୍ର ଶିକାର ହୋଇଥିଲେ। ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ପୁଲିସ କର୍ମୀଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଜଣେ ଏଏସ୍ଆଇ ସମେତ ୩ ଜଣ ପୁଲିସକର୍ମୀ ନିଲମ୍ବିତ ହୋଇଥିଲା।



