www.samajalive.in
Thursday, December 11, 2025
18.1 C
Bhubaneswar

ବିଜେଡିରେ ସାମିଲ ହେଲେ ପୂର୍ବତନ ଉପ-ନଗରପାଳ ଚିତ୍ତରଞ୍ଜନ ମଣ୍ଡଳ

ନର୍ଲା: କଳାହାଣ୍ଡି ଜିଲା କଂଗ୍ରେସର ଟାଣୁଆ ଯୁବନେତା, ପୂର୍ବତନ ଉପ-ନଗରପାଳ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି) ଗୁରୁବାର ବିଜେଡ଼ିରେ ସାମିଲ ହୋଇଛନ୍ତି। ଚଳିତ ନିର୍ବାଚନରେ ନର୍ଲା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥି ହୋଇ ପରାଜିତ ହେବା ପରେ ନିକଟରେ ସେ ଦଳରୁ ଇସ୍ତଫା ଦେଇଥିଲେ। ରାଜ୍ୟ ଶକ୍ତିମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ମୌସଧୀ ବାଗ୍‍, ପ୍ରଦୀପ ଦିଶାରୀ, ପ୍ରବୋଧ ରଥ, ଜିଲା ସାଧାରଣ ସଂପାଦକ ଭବାନୀଶଙ୍କର ନିଆଲ, ଜିତେନ୍ଦ୍ର ମହାନ୍ତି, ଅନାମ ନାଏକ, ଦୁଷ୍ମନ୍ତ ନାଏକ, ଗୋବର୍ଦ୍ଧନ ଦାଶ, ଧବଳେଶ୍ୱର ମହାପାତ୍ର, ପ୍ରଦୀପ ମୁଣ୍ଡ, ସଚ୍ଚିନ ଜୈନ, ଅବିନାଶ ଠାକୁରଙ୍କ ସମେତ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି। କଳାହାଣ୍ଡି ବିଜେଡି ମହଲରେ ଶ୍ରୀ ମଣ୍ଡଳଙ୍କୁ ସ୍ୱାଗତ କରାଯାଇଛିା

୩୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ସାଧାରଣ ଜନତାଙ୍କ ସେବା କରିଥିବା ଶ୍ରୀ ମଣ୍ଡଳ କଂଗ୍ରେସର ବିଶୃଙ୍ଖଳିତ ଆଚରଣ ପାଇଁ ଦଳ ଛାଡି ଥିବା କହିଥିଲେ। ଦଳରେ ଥିବା କଂଗ୍ରେସ ବିରୋଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଶ୍ରୀମଣ୍ଡଳ ଦଳକୁ ଲିଖିତ ଭାବେ ଜଣାଇଥିଲେ ହେଁ ଓଲଟା ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଶ୍ରୀ ମଣ୍ଡଳ କହିଥିଲେ।

- Advertisement -

ସୂଚନାଯୋଗ୍ୟ, ଶ୍ରୀ ମଣ୍ଡଳ କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ୨୦୦୩ ରୁ ୨୦୧୯ ଯାଏଁ ତିନିଥର ଲଗାତାର କାଉନସିଲର ଓ ୨୦୦୮ରୁ ୨୦୧୩ ଯାଏଁ ଭାବନୀପାଟଣା ଉପ-ନଗରପାଳ ଦାୟିତ୍ୱ ତୁଲାଇଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories