ନୂଆଦିଲ୍ଲୀ : ଅକ୍ଟୋବର ୧୮ ମଧ୍ୟରେ ଅଯୋଧ୍ୟା ମାମଲା ସଂପର୍କରେ ସମସ୍ତ ପକ୍ଷଙ୍କ ଯୁକ୍ତି ଯେକୌଣସି ପ୍ରକାରରେ ଶେଷ କରିବାକୁ ସୁପ୍ରିମକୋର୍ଟ ଅନ୍ତିମ ତାରିଖ ଧାର୍ଯ୍ୟ କରିଛନ୍ତି । ସମସ୍ତ ପକ୍ଷ ଏହି ସମୟ ମଧ୍ୟରେ ନିଜର ସମସ୍ତ ଦସ୍ତାବେଜ ଅଦାଲତରେ ଦାଖଲ କରିବାକୁ କହିଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯାଉଛି। ଗୁରୁବାର ମାମଲାର ଶୁଣରଣି ଆରମ୍ଭ ହେବା କ୍ଷଣି ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଥିଲେ ଅକ୍ଟୋବର ୧୮ ମଧ୍ୟରେ ସମସ୍ତ ଜବାବ ସୁଆଲ ଶେଷ ହେବ। କାରଣ ଚୁଡାନ୍ତ ରାୟ ଲେଖିବା ପାଇଁ ୪ ସପ୍ତାହ ସମୟ ଆବଶ୍ୟକ । ପ୍ରଧାନବିଚାରପତି ଜଷ୍ଟିସ ଗୋଗୋଇ କହିଛନ୍ତି ଯେ ଯଦି ଆମେ ୪ ସପ୍ତାହ ମଧ୍ୟରେ ରାୟ ଶୁଣାଇ ପାରିବୁ ତାହା ଚମତ୍କାର ହେବ।
ସୂଚନାଯୋଗ୍ୟ ନଭେମ୍ବର ୧୭ ତାରିଖରେ ଜଷ୍ଟିସ ଗୋଗୋଇ ଅବସର ଗ୍ରହଣ କରୁଛନ୍ତି।



