ମିଲାନ୍: ଆର୍ଜେଣ୍ଟିନାର ତାରକା ଫୁଟବଲର୍ ଲିଓନେଲ୍ ମେସିଙ୍କୁ ଫିଫା ଫ୍ଲେୟର ଅଫ୍ ଦି ଇୟର ପୁରସ୍କାର ମିଳିଛି। ମିଲାନ୍ର ଲା ସ୍କଲା ଅପେରା ହାଉସ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମେସିଙ୍କୁ ଏହି ପୁରସ୍କାର ପ୍ରଦାନ କରା ଯାଇଥିଲା। ପର୍ତ୍ତୁଗାଲ୍ର ତାରକା ଷ୍ଟ୍ରାଇକର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଭରପୁଲ୍ ଦଳର ଭର୍ଜିଲ୍ ଭାନ୍ ଡିଜ୍ଙ୍କୁ ପଛରେ ପକାଇ ମେସି ଏହି ସମ୍ମାନଜନକ ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଛନ୍ତି। ପୁରସ୍କାର ଉତ୍ସବରେ ରୋନାଲ୍ଡୋ ଅନୁପସ୍ଥିତ ଥିଲେ। ସୂଚନାଥାଉକି ମେସି ୬ଷ୍ଠ ଥର ପାଇଁ ଏହି ପୁରସ୍କାର ଜିତିିଥିବା ବେଳେ ରୋନାଲ୍ଡୋ ୫ଥର ଏହି ପୁରସ୍କାର ଜିତି ସାରିଛନ୍ତି। ଗତ ସିିଜିନ୍ରେ ମେସି ସ୍ପେନ୍ର ବାର୍ସିଲୋନା ତରଫରୁ ୫୮ଟି ମ୍ୟାଚ୍ ଖେଳି ୫୪ଟି ଗୋଲ୍ ସ୍କୋର କରିଥିଲେ। ୨୦୧୫ରେ ଶେଷଥର ପାଇଁ ମେସି ଫିଫା ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ। କ୍ଲବ ଫୁଟବଲରେ ମେସି ଆଶାନୁରୂପ ସଫଳତା ହାସଲ କରିଥିବା ବେଳେ ଆର୍ଜେଣ୍ଟିନା ପାଇଁ ସେ ଏତେଟା ସଫଳତା ଆଣିନାହାନ୍ତି। ଆର୍ଜେଣ୍ଟିନା ଦଳକୁ ପ୍ରତିନିଧିତ୍ବ କରି ମେସି କୋପା ଆମେରିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ତେବେ ଆର୍ଜେଣ୍ଟିନା ସେମିରେ ବ୍ରାଜିଲଠାରୁ ପରାସ୍ତ ହୋଇଥିଲା।
ଶ୍ରେଷ୍ଠ ମହିଳା ଫୁଟବଲର୍ ଭାବେ ଆମେରିକାର ମେଗାନ୍ ରୋପିନୋଇଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତବର୍ଷ ଆୟୋଜିତ ମହିଳା ବିଶ୍ବକପ୍ରେ ଆମେରିକାକୁ ଚମ୍ପିଆନ୍ କରାଇବାରେ ମେଗାନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିିଥିଲେ। ସାଥୀ ଖେଳାଳି ଆଲେକ୍ସା ମୋର୍ଗାନ୍ ଓ ଇଂଲଣ୍ଡର ଲୁସି ବ୍ରୋଞ୍ଜ୍ଙ୍କୁ ପଛରେ ପକାଇ ମେଗାନ୍ ଚଳିତବର୍ଷର ଶ୍ରେଷ୍ଠ ମହିଳା ଫୁଟବଲ୍ର ପୁରସ୍କାର ହାସଲ କରିଥିଲେ। ଶ୍ରେଷ୍ଠ ପୁରୁଷ ପ୍ରଶିକ୍ଷକ ଭାବେ ଲିଭରପୁଲ୍ର ଜୁର୍ଜେନ୍ କ୍ଲପ୍ ଓ ମହିଳା ପ୍ରଶିକ୍ଷିକା ଭାବେ ଆମେରିକାର ଜିଲ୍ ଏଲିସ୍ଙ୍କୁ ପୁରସ୍କୃତ କରା ଯାଇଥିଲା।
ମେସିଙ୍କୁ ‘ଫିଫା ପ୍ଲେୟର୍ ଅଫ୍ ଦି ଇୟର’ ପୁରସ୍କାର
Popular Categories



