www.samajalive.in
Wednesday, December 10, 2025
23.1 C
Bhubaneswar

ପୂର୍ବ ଭାରତ ହେବ ଇସ୍ପାତ୍‍ ହବ୍‍ ଓ ଭାରତକୁ ୫ ଟ୍ରିଲିୟନ୍‍ ଡଲାର୍‍ ଅର୍ଥନୀତିର କେନ୍ଦ୍ର ବିନ୍ଦୁ : ଧର୍ମେନ୍ଦ୍ର ପ୍ରଧାନ

-ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବା ପାଇଁ ଇସ୍ପାତ ଶିଳ୍ପର ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
-ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ
-ଇସ୍ପାତର ସଠିକ୍‍ ବ୍ୟବହାରକୁ ଗତିଶୀଳ ଦେବା ସହିତ ଏହି କ୍ଷେତ୍ରକୁ ମଜବୁତ କରିବା ପାଇଁ ‘ଇସ୍ପାତି ଇରାଦା‘ସହିତ କାମ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ :  “ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ଅଭିବୃଦ୍ଧି ହେବାକୁ ଯାଉଛି । ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ ସୁଯୋଗ ସୃଷ୍ଟି ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ ‘ଚିନ୍ତନ ଶିବିର’ କର୍ମଶାଳାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବ ଭାରତକୁ ଇସ୍ପାତ୍‍ ହବ୍‍ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆଉ ଧୀରେଧୀରେ ବିକାଶ ନୁହେଁ ବରଂ ବିକାଶ ଓ ଜୀବନଶୈଳୀ  ପ୍ରସଙ୍ଗରେ ବଡ ଲମ୍ଫ ମାରିବାକୁ ଭାରତବାସୀ ପ୍ରସ୍ତୁତ ବୋଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉକ୍ତିକୁ ଉଦ୍ଧୃତ କରିଛନ୍ତି । ଏହି ପୃଷ୍ଠଭୂମିରେ ଇସ୍ପାତ ଉତ୍ପାଦନ ଦେଶରେ ବଢୁଥିବା ବଡ ଆବଶ୍ୟକତା ଆଧାରରେ ଆଗକୁ ଯିବ ବୋଲି ସେ କହିଛନ୍ତି। ଭାରତକୁ ୫ ଟ୍ରିଲିୟନ ୟୁଏସ୍‍ ଡଲାର ଅର୍ଥନୀତି କରିବା ପାଇଁ ଇସ୍ପାତ ଶିଳ୍ପର ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱର ସବୁ କମ୍ପାନୀ ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛନ୍ତି। ଆଜିର ‘ଚିନ୍ତନ ଶିବିର’ କାର୍ଯ୍ୟକ୍ରମ ଏହି ବିଷୟ ଉପରେ ବିଚାର କରିବାର ଆବଶ୍ୟକତା ଅଛି ଯେ ଭାରତ ଇସ୍ପାତ କ୍ଷେତ୍ରରେ ବିଶ୍ୱରେ କିପରି ନେତୃତ୍ୱ ନେଇପାରିବ। ଭାରତର ଇସ୍ପାତ୍‍ ଶିଳ୍ପକୁ ମୂଲ୍ୟ କମ୍‍ କରିବା, ନୂଆ ବ୍ୟବସାୟିକ ମଡେଲ ଏବଂ ଅନୁସନ୍ଧାନ ଓ ବିକାଶରେ କାର୍ଯ୍ୟ କରିବା ପାଇଁ ସୁନିଶ୍ଚିତ କରିବାକୁ ପଡିବ। ‘ଭାରତର ପ୍ରାକୃତିକ ସମ୍ବଳରୁ ଜିରୋ ଉତ୍ପାଦନ’ ଦୃଷ୍ଟାନ୍ତ ଉପରେ ସମସ୍ତ ଅଧିକାରୀଙ୍କୁ କାମ କରିବାର ଆବଶ୍ୟକତା ରହିଛି। ଇସ୍ପାତ ମୂଲ୍ୟ ବୃଦ୍ଧି ପାଇଁ ସରକାର ସମସ୍ତ ସହଯୋଗ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ଏକ ବୃହତ ଘରୋଇ ବଜାର ଏବଂ ଗତିଶୀଳ ଅର୍ଥନୀତି ସହିତ ଭାରତର ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜି ଆରମ୍ଭ ହୋଇଥିବା ଅଭିଯାନ ପରିପ୍ରେକ୍ଷୀରେ ଦେଶରେ ଇସ୍ପାତର ସଠିକ୍‍ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଅଧିକ ମଜବୁତ୍‍ କରିବା ପାଇଁ  ‘ଇସ୍ପାତି ଇରାଦା‛ ସହିତ କାମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ଶିଳ୍ପ ସହ ଜଡିତ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା ପାଇଁ ଭାରତ ସରକାର ସହଯୋଗ କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ, ଭାରତର ଇସ୍ପାତ କ୍ଷେତ୍ରକୁ ମଜବୁତ୍‍ କରିବା ପାଇଁ ଇସ୍ପାତ ଶିଳ୍ପର ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଭବିଷ୍ୟତ ପାଇଁ ରୋଡମ୍ୟାପ୍‍ ପ୍ରସ୍ତୁତି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଆଜି କାର୍ଯ୍ୟକ୍ରମରେ ଅଭିଯାନର ପ୍ରସଙ୍ଗ ଞ୍ଛଇସ୍ପାତି ଇରାଦା‛ ଏବଂ ଏହାର ଲଗୋ କେନ୍ଦ୍ରମନ୍ତ୍ରୀ, ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଇସ୍ପାତ୍‍ ରାଷ୍ଟ୍ରମନ୍ତ୍ରୀ ଫଗାନ୍‍ ସିଂହ କୁଲସ୍ତେଙ୍କ ଗ୍ରହଣରେ ଶୁଭାରମ୍ଭ ହୋଇଯାଇଥିଲା।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories