www.samajalive.in
Friday, December 12, 2025
27.1 C
Bhubaneswar

‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନାଗରିକମାନଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପୁଣିଥରେ ଦୋହରାଇଛି। ନାଗରିକଙ୍କ ସୁବିଧା ପାଇଁ ସମସ୍ତ ତଥ୍ୟ ଏମ-ପରିବହନ ଏବଂ ଇ-ଚାଲାଣ ପ୍ଲାଟଫର୍ମରେ ଉପଲବ୍ଧ ହେବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଦେଶରେ ମୋଟର ଯାନ (ସଂଶୋଧନ) ଆଇନ ୨୦୧୯ର କେତେକ ବ୍ୟବସ୍ଥା ଲାଗୁ ହୋଇଛି। ପ୍ରଦୂଷଣ ମାନକ ଉଲ୍ଲଙ୍ଘନ ପାଇଁ ସଂଶୋଧିତ ଜୋରିମାନା ମଧ୍ୟ ଆଦାୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ଭିତିରେ ଉପରୋକ୍ତ ପଦକ୍ଷେପ ନେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖାଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ର ନିୟମ ୧୧୫ରେ ସଂଶୋଧନ ପାଇଁ ୦୬.୦୬.୨୦୧୮ରେ ଏକ ବିଜ୍ଞପ୍ତିଜିଏସଆର ୫୨୭ (ଇ) ଜାରି କରାଯାଇଥିଲା। ବାହାନ ଡାଟା ବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ସଂଯୋଗ କରିବା ଲାଗି ଏଥିରେ କୁହାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ବାହାନ ଡାଟାବେସରେ ବୈଦ୍ୟୁତିକ ମାଧ୍ୟମରେ ପ୍ରଦୂଷଣ ଯାଂଚ ତଥ୍ୟ ଅପଲୋଡ କରିବା ଲାଗି ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର(ପିୟୁସି) ଗୁଡ଼ିକୁ କହିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories