ଭୁବନେଶ୍ୱର: ଓସିଏର ପୂର୍ବତନ ସମ୍ପାଦକ ତଥା ଏଟି ଚିଟ୍ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡା ଜେଲରେ ଥିବା ଆଶୀର୍ବାଦ ବେହେରା ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଝାରପଡା ଜେଲରୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ୨୦୧୧ରେ ଓଡିଶା ପ୍ରିମିୟମ ଲିଗ୍ ବା ଓପିଏଲ୍ ର ପ୍ରାୟୋଜକ ପାଇଁ ଏଟି ଚିଟଫଣ୍ଡ କମ୍ପାନୀଠାରୁ ଓସିଏ ୧ କୋଟି ଟଙ୍କା ଆଣିଥିଲେ। ସେହିସମୟରେ ଆଶୀର୍ବାଦ ବେହେରା ଓସିଏର ସମ୍ପାଦକ ଥିଲେ। ଅଭିଯୋଗ ହୋଇଥିଲା ଏଟି ଚିଟଫଣ୍ଡ କମ୍ପାନୀ ଓପିଏଲର ପ୍ରୟୋଜକ ହେବାପରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇଥିଲା ଏବଂ ସାଧାରଣ ଲୋକେ ଏଥିରେ ଟଙ୍କା ନିବେଶ କରିଥିଲେ। କିନ୍ତୁ ପରେ ଆଶୀର୍ବାଦଙ୍କୁ ଟଙ୍କାର ହିସାବ ମଗା ଯାଇଥିଲେ ମଧ୍ୟ ତାହା ସେ ଦେଇପାରିନଥିଲେ। ତାଙ୍କୁ ବହୁଥର ପଚରାଉଚରା କରିବାପରେ ସିବିଆଇ ତାଙ୍କୁ ଗିରଫ କରିଥିଲେ।
Popular Categories



