www.samajalive.in
Monday, December 8, 2025
13.1 C
Bhubaneswar

କଳିଙ୍ଗ- ଉତ୍କଳ ଏକ୍ସପ୍ରେସରେ ବୋମା ଆତଙ୍କ

ସହାରନପୁର: ହରିଦ୍ୱାରରୁ ପୁରୀ ଯାଉଥିବା ୧୮୪୭୮ କଳିଙ୍ଗ- ଉତ୍କଳ ଏକ୍ସପ୍ରେସରେ ବୋମା ଥିବା ନେଇ ଖବର ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଟ୍ରେନକୁ ଟପରୀ ଜଙ୍କଶନରେ ରୋକା ଯାଇ ତଲାସି ନିଆଯାଇଥିଲା । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ଜିଆରପି ଓ ପୁଲିସ ପହଞ୍ଚି ଟ୍ରେନର ତଲାସି ନେଇଥିଲେ । ପ୍ରାୟ ଅଧ ଘଣ୍ଟା ତଲାସି ନେବା ପରେ ଟ୍ରେନକୁ ଛଡାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଉତ୍ତରାଖଣ୍ଡର ହରିଦ୍ୱାରରୁ ଓଡିଶା ଆସୁଥିବା ଉତ୍କଳ ଏକ୍ସପ୍ରେସ ଟପରି ଷ୍ଟେସନରେ ଥିବା ବେଳେ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ପରେ ସେହି ଷ୍ଟେସନରେ ଟ୍ରେନକୁ ରୋକାଯାଇ ପ୍ରଶାସନ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ ହୋଇଥିଲା । ଟ୍ରେନ ମଧ୍ୟରୁ ସନ୍ଦେହଜନକ ଅବସ୍ଥାରେ ଏକ ବ୍ୟାଗ ଜବତ ହୋଇଛି । ତେବେ ଏହି ବ୍ୟାଗ୍‌ କାହାର ଏବଂ କିଏ ରଖିଛି ସେନେଇ କୌଣସି ତଥ୍ୟ ମିଳିପାରିନାହିଁ ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories