ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଜାଲିଆତିର ତଦନ୍ତ କରୁଥିବା ସିବିଆଇକୁ ନିରବ ମୋଦିଙ୍କ ଆଉ ଏକ ବେଆଇନ ନେଣଦେଣର ସୁରାକ ମିଳିଛି। ଏହି ଜାଲିଆତି ୧୧୪୦୦ ନୁହେଁ ବରଂ ଅଧିକ ବୋଲି ତଥ୍ୟ ପ୍ରମାଣ ମିଳିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦନ୍ତାବିଜକୁ ଖୋଳତାଳ କରି ପିଏନବି କର୍ତ୍ତୁପକ୍ଷ ଏହି ବେଆଇନ ନେଣଦେଶର ସୁରାକ ସିବିଆଇକୁ ପ୍ରଦାନ କରିଛି। ଏହି ନେଣଦେଣ ଅନୁଯାୟୀ ୧୩୦୦କୋଟି ଟଙ୍କା ବେଆଇନ ଭାବରେ ପ୍ରଦାନ କରାଯାଇ ଥିବା ପ୍ରମାଣିତ ହୋଇଛି। ୧୧୪୦୦ ଓ ୧୩୦୦ ନେଣଦେଣକୁ ଅନୁଯାୟୀ ମୋଟ୍ ରାଶି୧୨୭୦୦କୋଟିରେ ଯାଇ ପହଞ୍ଚିଛି। ଅପରପକ୍ଷରେ ସିବିଆଇର ଚଢଉରେ ନିରବ ମୋଦିଙ୍କ ୫୦୦୦କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଜବତ୍ ହୋଇଯାଇଛି। ସେହିପରି ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଆମେରିକା, ବ୍ରିଟେନ ପରି ୫ଟି ପ୍ରମୁଖ ଦେଶକୁ ନିରବ ମୋଦି ସମ୍ପର୍କରେ ଚିଠି ଜାରି କରାଯାଇଛି।
Popular Categories



