www.samajalive.in
Friday, December 12, 2025
27.1 C
Bhubaneswar

କଏଦୀ ବନିବେ ରେଡିଓ ଜକି, ଜେଲରେ ଖୋଲିବ ଏଫ୍ଏମ୍ ଷ୍ଟେସନ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ବର୍ଷ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିବା କଏଦୀମାନେ ସେମାନଙ୍କ ହୃଦୟର କଥା କହିବାର ଏକ ସୁଯୋଗ ପାଇବେ। ଯେଉଁ ଅକୁହା କଥା ସେମାନଙ୍କ ହୃଦୟରେ ଚାପି ରହିଛି। ତାକୁ ଆଉ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନ ରଖି ଅନ୍ୟ ଅନ୍ତେବାସୀଙ୍କୁ କହିବାର ସୁଯୋଗ ପାଇବେ। ଜେଲ୍‌ ସଂସ୍କାର କ୍ଷେତ୍ରରେ ଏଭଳି ଏକ ଅଭିନବ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଯୋଜନା କରିଛନ୍ତି କାରାଗାର ମହାନିର୍ଦେଶକ। ଗତ କିଛି ଦିନ ହେବ ତେଲଙ୍ଗାନା ଏବଂ ତିହାର ଜେଲ୍‌ର ମୁଖ୍ୟଙ୍କ ସହିତ ଆଲୋଚନା କରିବା ପରେ ରାଜ୍ୟର ଦୁଇଟି ପ୍ରମୁଖ ଜେଲ୍‌ ଭୁବନେଶ୍ବର ସ୍ବତନ୍ତ୍ର କାରାଗାର ଏବଂ ଚୌଦ୍ବାର ସର୍କଲ ଜେଲ୍‌ରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ ବୋଲି କାରାଗାର ମହାନିର୍ଦେଶକ ସତ୍ୟଜିତ ମହାନ୍ତି କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଆରମ୍ଭ କରାଯାଇଛି।
ଜେଲ୍‌ରେ ଏହି ଏଫ୍‌ଏମ୍‌ ରେଡ଼ିଓ ଷ୍ଟେସନ ଲାଗି ଏକ ଷ୍ଟୁଡିଓ ରହିବ। ଷ୍ଟୁଡିଓରେ ଅଡିଓ ସିଷ୍ଟମ ରହିବ। ​‌ ​ସେହିପର ଜେଲ୍‌ରେ ଏନେଇ ଅଧିକ ସିସିଟିଭି ଲଗାଯିବ। ଦୁଇ ଜେଲ୍‌ରେ ୩୦ଟି ସିସିଟିଭି ଲଗାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କଏଦୀମାନେ ରେଡିଓ ଜକି ହୋଇ ସେମାନଙ୍କର କାର୍ଯ୍ୟକ୍ରମ ପରିଚାଳନା କରିବେ। ପ୍ରଥମେ ସେମାନଙ୍କ ଏହି କାର୍ଯ୍ୟକ୍ରମକୁ ଜେଲ୍‌ ଭିତରର ଅନ୍ତେବାସୀ ଶୁଣିବାକୁ ପାଇବେ। ଷ୍ଟୁଡିଓରୁ ଜେଲ୍‌ର ପ୍ରତ୍ୟେକ ୱାର୍ଡକୁ ଏହି ସଂଯୋଗ ପ୍ରଦାନ କରାଯିବ। କଏଦୀମାନେ ନିଜ ମନର ଅବସାଦକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହାଲୁକା କରିପାରିବେ। ନିଜ ମନର ବ୍ୟଥାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କହିପାରିବେ। ଯାହା ଫଳରେ ସେମାନଙ୍କ ମନ ହାଲୁକା ହୋଇପାରିବ। ଅନେକ ସମୟରେ ବହୁ ଅନ୍ତେବାସୀ ଚିନ୍ତାଗ୍ରସ୍ତ ଭାବେ ଥାଆନ୍ତି। ସେମାନେ ମନଖୋଲି କାହା ପାଖରେ ନିଜ ବ୍ୟଥାକୁ ପରିପ୍ରକାଶ କରିପାରନ୍ତି ନାହିଁ। ଏହି ଏଫ୍‌ଏମ୍‌ ଷ୍ଟୁଡିଓରେ ପ୍ରାୟତଃ ସମସ୍ତଙ୍କୁ ରେଡିଓ ଜକି(ଆର୍‌ଜେ) ହେବାର ସୁଯୋଗ ଦିଆଯିବ।
ଏହା ଫଳରେ ଅନ୍ତେବାସୀଙ୍କ ମନରେ ଏକ ପ୍ରକାର ଉପସ୍ଥାପନା ଶୈଳୀରେ ପ୍ରତିଯୋଗିତା ଦେଖାଦେବ। ତେବେ ଏହି କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରାଯିବା ଲାଗି ମଝିରେ ମଝିରେ ନାମୀ କଳାକାରଙ୍କୁ ମଧ୍ୟ ଷ୍ଟୁଡିଓକୁ ନିମନ୍ତ୍ରଣ କରାଯାଇ କଏଦୀଙ୍କ ମଧ୍ୟରେ ମତବିନିମୟ କରାଯିବ। କେନ୍ଦ୍ର ସରକାର ସାରା ଦେଶରେ କଏଦୀଙ୍କ ସଂସ୍କାର ପାଇଁ ଅନେକ ଯୋଜନା କରୁଛନ୍ତି। ଏହି କ୍ରମରେ କାରଗାର ବିଭାଗ ମଧ୍ୟ ଆଉ ଏକ ସଂସ୍କାରମୂଳକ ପଦକ୍ଷେପ ସ୍ବରୂପ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ ମନୋରଞ୍ଜନ ସହିତ କଏଦୀମାନଙ୍କୁ ସେମାନଙ୍କ ମନର ବ୍ୟଥାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିପାରିବେ। ତେଲଙ୍ଗାନା କାରାଗାର ବିଭାଗ କଏଦୀମାନଙ୍କ ପାଇଁ ଏକ ଏଫ୍‌ଏମ୍‌ ଷ୍ଟେସନ୍‌ ଖୋଲିଛନ୍ତି। ଏହି ବ୍ୟବସ୍ଥାର ଅନେକ ସୁଫଳ ଉପଲବ୍ଧି ହେବା ଫଳରେ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ସ୍ଥାନିତ କରାଯାଇଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories