www.samajalive.in
Friday, December 12, 2025
17.1 C
Bhubaneswar

ତାଳଚେରରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ୟୁନିଟ

ନୂଆଦିଲ୍ଲୀ: ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ଖୋଲିବ। ଏ ନେଇ ଦିଲ୍ଲୀରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଫଳରେ ଆଗାମୀ ଦିନରେ କୃଷକଙ୍କ ୟୁରିଆ ଏବଂ ଆମୋନିଆ ଆବଶ୍ୟକତା ପୁରଣ ହୋଇପାରିବ। ଏଥିପାଇଁ ୧୩,୨୭୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଜିଏଆଇଏଲ, ଆରସିଏଫ, ସିଆଇଏଲ ଓ ଏଫସିଆଇଏଲର ମିଳିତ ସହଭାଗୀତାରେ ଏହି କାରଖାନା ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ ଟନ୍‍ ୟୁରିଆ ଓ ୦.୭୩ ମିଲିୟନ ମେଟ୍ରିକ ଟନ ଆମୋନିଆ ଉତ୍ପାଦିତ ହେବ। ଉହାନ ଇଞ୍ଜିନିୟରିଂ କୋ ଲିମିଟେଡ ଏହି ପ୍ଲାଣ୍ଟ ପାଇଁ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ସହାୟତା ଯୋଗାଇ ଦିଆଯିବ।

ଚୁକ୍ତି ସ୍ୱାକ୍ଷର ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଳଚେର ସାର କାରଖାନା କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ ଯାହାକି ଭାରତର ବିକାଶ ଯାତ୍ରାରେ ଏକ ନୂତନ କିର୍ତୀମାନ ହେବ। ଅଙ୍ଗାରକ ପରିମାଣ ହ୍ରାସ କରିବା ପାଇଁ ଭାରତ ସିଓପି୨୧ ନିକଟରେ ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ଏବଂ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଏ ଦିଗରେ ଏକ ପଦକ୍ଷେପ। ପୂର୍ବ ଭାରତରେ ବନ୍ଦ ହୋଇଯାଇଥିବା ସମସ୍ତ ସାର କାରଖାନାକୁ ପୁଣିଥରେ ଚାଲୁ କରିବା ନେଇ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ପୂର୍ବାଂଚଳ ଗ୍ୟାସ ଗ୍ରୀଡ ପାଇଁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଏଥିରେ ଗୋରଖପୁର ଓ ବାରାଉନିକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଖୁବଶୀଘ୍ର ସିନ୍ଦରିକୁ ଅନ୍ତର୍ଭୁକ୍ତ କରାଯିବ।

- Advertisement -

ସାର ଉତ୍ପାଦନ ପାଇଁ ଏହି ପ୍ରକଳ୍ପରେ କୋଇଲା ଓ ପିଟକୋକର ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ପାରାଦୀପ ବିଶୋଧନାଗାରରୁ ପିଟକୋକ ଯୋଗାଇ ଦିଆଯିବ। ପରିବେଶ ଅନୁକୂଳ ପଦ୍ଧତିରେ ରାଜ୍ୟରେ ଉପଲବ୍ଧ ପ୍ରଚୁର କୋଇଲା ଏହି ପ୍ରକଳ୍ପ ପାଇଁ ଉପଯୋଗ କରାଯିବ। ସେ କହିଛନ୍ତି ଯେ ସିନଗ୍ୟାସ, ଡିଜେଲ, ମିଥାନଲ ଓ ପେଟ୍ରୋକେମିକାଲ ଭଳି ଉତ୍ପାଦ ପାଇଁ କୋଇଲାର ବ୍ୟବହାର ଏହି ପ୍ରଯୁକ୍ତି ବିଦ୍ୟାର ସଫଳତା ପରେ ବୃଦ୍ଧି ପାଇବ। ଭାରତ ପ୍ରସଙ୍ଗରେ ଏକ ବିରାଟ ପରିବର୍ତନ ଆଣିବାରେ ଏହି ପ୍ରକଳ୍ପ ପାଖରେ ସାମର୍ଥ୍ୟ ରହିଛି। ଏହା ଫଳରେ ଶକ୍ତି ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ କୋଇଲାକୁ ପରିବେଶର ଶୁଦ୍ଧତା ରଖାଯାଇ ବ୍ୟବହାର କରାଯାଇ ପାରିବ।

ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା କହିଛନ୍ତି ଯେ ଦେଶରେ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ସାର ବିଶେଷ କରି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଚାହିଦା ମେଂଟାଇବା ପାଇଁ ଭାରତ ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ୟୁରିଆ ଉତ୍ପାଦନ କରୁଛି। ଘରୋଇ ଭାବେ ୟୁରିଆର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ଚେଷ୍ଟା କରୁଛି। ସମ୍ପ୍ରତି ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଯାଇ ୟୁରିଆ ଉତ୍ପାଦନ କରାଯାଉଛି। ଏଥି ମଧ୍ୟରେ ଏଲଏନଜି। ଏଲଏନଜିର ଉତ୍ପାଦନ ଅତ୍ୟନ୍ତ ମହଙ୍ଗା ଏବଂ ଏଥିପାଇଁ ଭାରତକୁ ଅନେକ ମୂଲ୍ୟବାନ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡିଥାଏ। ତେଣୁ ଦେଶରେ ୟୁରିଆ ଓ ଅନ୍ୟାନ୍ୟ ସାରର ଉତ୍ପାଦନ ପାଇଁ ସ୍ୱଦେଶୀ କଂଚାମାଲର ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ସେ କହିଛନ୍ତି ଯେ ତାଳଚେର ସାର ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ ଯେଉଁଠିି ୟୁରିଆ ଉତ୍ପାଦନ ପାଇଁ ସ୍ୱଦେଶୀ କୋଇଲା ଓ ପିଟକୋକର ମିଶ୍ରଣକୁ କଂଚାମାଲ ଭାବେ ବ୍ୟବହାର କରାଯିବ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories