www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱାସନୀୟତା ହିଁ ଦୂରଦର୍ଶନର ହଲମାର୍କ : ଜାଭଡେକର

ନୂଆଦିଲ୍ଲୀ : ଦେଶରେ ଅନେକ (ନ୍ୟୁଜ୍‍) ସମ୍ବାଦ ଚ୍ୟାନେଲ୍‍ ରହିଛି କିନ୍ତୁ ବିଶ୍ୱାସ ଯୋଗ୍ୟ ସମ୍ବାଦ ପାଇଁ ଲୋକମାନେ ଦୂରଦର୍ଶନର ସମ୍ବାଦ ଦେଖୁଛନ୍ତି । ଦୂରଦର୍ଶନ ବିଶ୍ୱାସ ଯୋଗ୍ୟ ସମ୍ବାଦ ପ୍ରସାରଣ କରିଥାଏ ଏବଂ ଅତିରଞ୍ଜିତ ସମ୍ବାଦ ପ୍ରସାରଣ କରିନଥାଏ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

ଏହି କାରଣରୁ କାଶ୍ମୀର ଓ ଦେଶର ଅନ୍ୟ ଅଞ୍ଚଳରେ ବିଭିନ୍ନ ଭାଷାର ସମ୍ବାଦ ଚ୍ୟାନେଲ୍‍ ଗୁଡ଼ିକରେ ପ୍ରସାରିତ ଅତିରଞ୍ଜିତ ସମ୍ବାଦକୁ
ଲୋକମାନେ ପସନ୍ଦ କରୁନାହାନ୍ତି ଏବଂ ଦୂରଦର୍ଶନ ସମ୍ବାଦ ଉପରେ ନିର୍ଭର କରୁଛନ୍ତି । ନୂଆଦିଲ୍ଲୀରେ ଦୂରଦର୍ଶନର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ଜାଭଡେକର କହିଛନ୍ତି, ୬୦ବର୍ଷ ପୂର୍ବେ ଟେଲିଭିଜନ୍‍ ଜରିଆରେ ଆରମ୍ଭ ହୋଇଥିବା ଦୂରଦର୍ଶନ ଚ୍ୟାନେଲ୍‍ ଏବେ ମୋବାଇଲ୍‍ ଫୋନ୍‍ଗୁଡ଼ିକ ଜରିଆରେ ଲୋକମାନଙ୍କ ପାଇଁ ଉପଲବ୍ଧ ହେଉଛି । ଏହି ଉତ୍ସବ ଅବସରରେ ଶ୍ରୀ ଜାଭଡେକର ଏକ ସ୍ମାରକୀ ଡାକଟିକେଟ୍‍ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଦୂରଦର୍ଶନର ୬୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories