ୱାଶିଂଟନ : ସାଉଦି ଆରବର ଦୁଇଟି ତୈଳଖଣି ଉପରେ ଗତ ଶନିବାର ଦିନ ଡ୍ରୋନ୍ ଆକ୍ରମଣ କରିଥିବା ପଛରେ ଇରାନ୍ର ହାତଥିବା ସଂକ୍ରାନ୍ତୀୟ ଉପଗ୍ରହ ଚିତ୍ର ଓ ଗୁଇନ୍ଦା ସୂଚନା ଆମେରିକା ପକ୍ଷରୁ ଜାରି କରାଯାଇଛି। ୟେମେନ୍ର ହାଉଥି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି। ବିବିସି ସମ୍ବାଦ ସରବରାହ ସଂସ୍ଥା କହିଛି ଯେ ହାଉଥି ବିଦ୍ରୋହୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବାର ସନ୍ଦେହ ହେଉଥିବା ବିଷୟ ଆମେରିକାର ଜଣେ ଅଧିକାରୀ ଆନ୍ତର୍ଜାତିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଇରାନ୍ ପକ୍ଷରୁ ଏହି ଆକ୍ରମଣକୁ ଅସ୍ୱୀକାର କରାଯାଇଛି । ଇରାନ ଏ ନେଇ ଆମେରିକା ବିରୁଦ୍ଧରେ ଖୋଲାଖୋଲି ଯୁଦ୍ଧ ଧମକ ଦେଇଛି । ଏହି ଆକ୍ରମଣ ଯୋଗୁଁ ବିଶ୍ୱସ୍ତରୀୟ ଅଶୋଧିତ ତୈଳ ଉତ୍ତୋଳନ ପରିମାଣ ପ୍ରାୟ ଶତକଡ଼ା ପାଞ୍ଚ ଭାଗ ହ୍ରାସ ପାଇଛି।



