www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀନଗର ଯିବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶ୍ରୀନଗର ଗସ୍ତ କରିବେ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକାଧିକ ପିଟିଶନର ସୋମବାର ଶୁଣାଣି ବେଳେ ସେଠାକାର ସମସ୍ୟା ସମ୍ପର୍କରେ ପ୍ରଧାନ ବିଚାରପତି ଅବଗତ ହୋଇଥିଲେ। ଲୋକମାନେ ଆଇନଗତ ସହାୟତା ପାଇଁ ହାଇକୋର୍ଟ ସହିତ ଯୋଗାଯୋଗ କରିପାରୁ ନ ଥିବା ଅଭିଯୋଗ ଆସିବା ପରେ ସେ ନିଜେ ଶ୍ରୀନଗର ଯାଇ ସମସ୍ୟାର ଅନୁଧ୍ୟାନ କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଶୁଣାଣି ସମୟରେ ଜାମ୍ମୁ-କାଶ୍ମୀର ଲୋକମାନେ ସ୍ଥାନୀୟ ହାଇକୋର୍ଟ ସହିତ ଯୋଗାଯୋଗ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ଆସିଥିଲା। ପ୍ରଧାନ ବିଚାରପତି ଏହି ଅଭିଯୋଗ ଉପରେ ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ରିପୋର୍ଟ ମାଗିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଯଦି ଲୋକମାନେ ହାଇକୋର୍ଟ ସହିତ ଯୋଗାଯୋଗ କରିବାରେ ଅସମର୍ଥ ହେଉଛନ୍ତି, ତେବେ ଏହା ସବୁଠାରୁ ଚିନ୍ତାଜନକ। ମୁଁ ନିଜେ ଶ୍ରୀନଗର ଯିବି ବୋଲି ପ୍ରଧାନ ବିଚାରପତି କହିଥିଲେ।

- Advertisement -

ଏହାବ୍ୟତୀତ ଏମଡିଏମକେ ଅଧ୍ୟକ୍ଷ ଭାଇକୋ ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମୁକ୍ତି ନେଇ ଏକ ପିଟିଶନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ଜାମ୍ମୁ-କାଶ୍ମୀରକୁ ନୋଟିସ ଜାରି କରିଛନ୍ତି। ୩୭୦ ଉଚ୍ଛେଦ ହେବା ସମୟରୁ ଫାରୁକ୍‌ ଗୃହବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି। ସେହିପରି ଘାଟିରେ ଖବରକାଗଜ ପ୍ରକାଶନ ଉପରେ କଟକଣା ଲାଗିଥିବା ଏବଂ ଲୋକଙ୍କୁ ଚିକିତ୍ସାସେବା ମିଳୁ ନ ଥିବା ନେଇ ମଧ୍ୟ ପିଟିଶନ ଦାଖଲ ହୋଇଛି। ଏସବୁ ପିଟିଶନର ଶୁଣାଣି ବେଳେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ସରକାରଙ୍କ ତରଫରୁ ପକ୍ଷ ରଖିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories