ବିଏଚୟୁ ଅଶାନ୍ତ, ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

0

ବାରାଣସୀ : ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପରିସରରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ମଙ୍ଗଳବାର ରାତିରେ ଏହି ସଂଘର୍ଷ ହୋଇଥିବା ପୁଲିସ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ବିଶ୍ୱବିଦ୍ୟାଳୟର ଦୁଇ ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଲାଲ ବାହାଦୁର ଶାସ୍ତ୍ରୀ ହଷ୍ଟେଲ ଓ ବିର୍ଲା ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପିଲାମାନେ ପରସ୍ପର ଉପରକୁ ପଥର ଫିଙ୍ଗିବା ସହ ଅନେକ ଗାଡି ମୋଟର ପୋଡାଜଳା କରିଥିଲେ। ଏଥିରେ କେତେକ ପିଲା ଆହତ ହୋଇଛନ୍ତି। ତେବେ ପରିସ୍ଥିତିକୁ ପ୍ରଶାସନ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛି। ଜିଲା ପ୍ରଶାସନ ଏହି ଛାତ୍ର ସଂଘର୍ଷ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ନିକଟରେ ଆଲିଗଡ ମୁସଲିମ୍‌ ୟୁନିଭର୍ସିଟିରେ ଏପରି ଛାତ୍ର ସଂଘର୍ଷ ଦେଖାଯାଇଥିଲା। ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଫଟୋ ହଟାଇବା ଦାବିରେ ଏଏମୟୁରେ ସଂଘର୍ଷ ହୋଇଥିଲା।

Leave A Reply