www.samajalive.in
Monday, December 8, 2025
24.1 C
Bhubaneswar

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଅଘଟଣ; ନାଗିନ ଡ୍ୟାନ୍ସ ବେଳେ ଚାଲିଗଲା ଯୁବକଙ୍କ ଜୀବନ

ସିବନୀ: ମଧ୍ୟପ୍ରଦେଶର ସିବନୀ ଜିଲାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ନାଗିନ ଡ୍ୟାନ୍ସ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଦୁରୁ ଚରଣ ଠାକୁର । ବ୍ରେନ୍ ହାମ୍‌ରେଜରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

file photo

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଗଣେଶ ବିସର୍ଜନର ଶୋଭାଯାତ୍ରାରେ ଯାଉଥିବା ଦୁରୁ ଚରଣ ଠାକୁର ନାଗିନ ଗୀତରେ ଡ୍ୟାନ୍ସ କରି ମଜା ନେଉଥିଲେ । ଏଥିରେ ତାଙ୍କ ସାଙ୍ଗ ମହିଳା ବେଶରେ ତାଙ୍କ ସହ ଡ୍ୟାନ୍ସ କରିଥିଲେ । ଡ୍ୟାନ୍ସ କରିବା ସମୟରେ ଦୁରୁ ଚରଣ ପ୍ରଥମେ ତଳେ ପଡି ଯାଇଥିଲେ । ପରେ ସେ ତଳୁ ଉଠି ପୁଣି ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ ।  ଅଳ୍ପ ଡ୍ୟାନ୍ସ ପରେ ପୁଣି ଦ୍ବିତୀୟ ଥର ମଧ୍ୟ ସେ ତଳେ ପଡି ଯାଇଥିଲେ । ହେଲେ ଏଥର ଦୁରୁ ଚରଣ କୌଣସି ପ୍ରତିକ୍ରିୟା ଦେଇନଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ କିଛି ସମୟ ପାଇଁ ସୁସ୍ଥ ଅନୁଭବ କରିଥିଲେ କିନ୍ତୁ ପରେ ତାଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଜଣେ ଭିଡିଓଗ୍ରାଫରଙ୍କ କ୍ୟାମେରାରେ ଏହି ଘଟଣାର ସମସ୍ତ ଦୃଶ୍ୟ କଏଦ ହୋଇଥିଲା ।

ଏସମ୍ପର୍କରେ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories