www.samajalive.in
Saturday, December 13, 2025
26.1 C
Bhubaneswar

ଅଶ୍ୱିନ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ୍‌ର ଅନ୍ୟତମ ଦଳ କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଭାବେ ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମନୋନୀତ କରାଯାଇଛି। ଗତ ଜାନୁଆରୀରେ ଅଶ୍ୱିନଙ୍କୁ ପଞ୍ଜାବ ଦଳ ୭.୬ କୋଟି ଟଙ୍କାରେ କିଣିଥିଲା। ୩୧ ବର୍ଷୀୟ ଅଶ୍ୱିନ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗସ୍‌ ତରଫରୁ ଆଇପିଏଲ୍‌ରେ ଖେଳିଥିଲେ। ଏହି ସମୟ ମଧ୍ୟରେ ଚେନ୍ନାଇ ଦଳ ୨ଥର ଆଇପିଏଲ୍‌ ଚମ୍ପିଆନ ହୋଇଥିଲା। ୨୦୧୬ରେ ଅଶ୍ୱିନ ରାଇଜିଂ ପୁଣେ ସୁପର ଜାଏଣ୍ଟ ଦଳ ତରଫରୁ ଆଇପିଏଲ୍‌ ଖେଳିଥିବା ବେଳେ ୨୦୧୭ରେ ଆହତ ଥିବାରୁ ଆଇପିଏଲ୍‌ ଖେଳି ପାରିନଥିଲେ।
ଭାରତର ୧ନଂ ଟେଷ୍ଟ ସ୍ପିନର ଭାବେ ଜଣାଶୁଣା ଅଶ୍ୱିନ ୨୦୧୭ ଜୁଲାଇରୁ ଜାତୀୟ ଦିନିକିଆ ଓ ଟ୍ୱେଣ୍ଟି୨୦ ଦଳରୁ ବାଦ୍‌ ପଡ଼ି ଆସୁଛନ୍ତି। ପଞ୍ଜାବ ଦଳରେ ଯୁବରାଜ ସିଂହ ଓ କ୍ରିସ୍‌ ଗେଲ୍‌ଙ୍କ ଭଳି ବରିଷ୍ଠ ଖେଳାଳି ଥିଲେ ମଧ୍ୟ ଅଶ୍ୱିନଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଯଦିଓ ଅଶ୍ୱିନ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁର ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି କିନ୍ତୁ ଆଇପିଏଲ୍‌ରେ କୌଣସି ଦଳର ନେତୃତ୍ୱ ନେବା ତାଙ୍କ କ୍ଷେତ୍ରରେ ପ୍ରଥମ। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କଲେ ଅଶ୍ୱିନ ପୁନର୍ବାର ଭାରତୀୟ ଦିନିକିଆ ଓ ଟ୍ୱେଣ୍ଟି୨୦ ଦଳକୁ ଫେରିବାର ଆଶା ରହିଛି। ନିଜ ପ୍ରତିକ୍ରିୟାରେ ଅଶ୍ୱିନ କହିଥିଲେ ପଞ୍ଜାବ ଦଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି। ତାଙ୍କୁ ଦଳର ନେତୃତ୍ୱ ନେବାର ସୁଯୋଗ ମିଳିଥିବାରୁ ସେ ବେଶ୍‌ ଖୁସି। ପୂର୍ବରୁ ସେ ଘରୋଇ କ୍ରିକେଟ୍‌ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିବାରୁ ତାଙ୍କ ନିକଟରେ ଅଭିଜ୍ଞତା ରହିଛି ଏବଂ ଆଇପିଏଲ୍‌ରେ ପଞ୍ଜାବ ଦଳକୁ ପରିଚାଳନା କରିବାରେ କୌଣସି ଅସୁବିଧା ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories