www.samajalive.in
Thursday, December 11, 2025
15.1 C
Bhubaneswar

ସୁଖସମୃଦ୍ଧି ପାଇଁ ଗୃହରେ ରଖନ୍ତୁ ଏହି ବିଶେଷ ଦ୍ରବ୍ୟ

ହିନ୍ଦୁ ଧର୍ମରେ କିଛି ଏପରି ମାନ୍ୟତା ରହିଛି, ଯାହାକୁ ବହୁ ପୂର୍ବରୁ ଲୋକେ ପାଳନ କରି ଆସୁଛନ୍ତି। ଲୋକଙ୍କ ବିଶ୍ୱାସଅନୁଯାୟୀ, ସେହି ନିୟମ ଗୁଡ଼ିକୁ ମାନିବା ଦ୍ୱାରା ଗୃହରେ ସୁଖ, ଶାନ୍ତି, ସମୃଦ୍ଧି ଓ ସମସ୍ତ ଉନ୍ନତି ହୋଇଥାଏ। ବର୍ତ୍ତମାନ ସମୟରେ ମଧ୍ୟ ସମସ୍ତେ ସେହି ନିୟମକୁ ପାଳନ କରୁଛନ୍ତି । ଜାଣନ୍ତୁ ଗୃହକୁ ପବିତ୍ର , ସୁଖ, ଶାନ୍ତି, ସମୃଦ୍ଧିରେ ପରିପୂର୍ଣ୍ଣ କରିବା ପାଇଁ କେଉଁ ବିଶେଷ ଦ୍ରବ୍ୟ ରଖିବା ଆବଶ୍ୟକ….
ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କ ମୂର୍ତ୍ତି –
ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ଘରେ ନିଶ୍ଚୟ ରଖନ୍ତୁ। ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ। ତେଣୁ ଯେକୌଣସି ସଙ୍କଟ ସମୟରେ ପ୍ରଭୁଙ୍କୁ ସ୍ମରଣ କରିବା ଦ୍ୱାରା ତାହା ଦୂର ହୋଇଥାଏ।
ଗଙ୍ଗା ଜଳ –
ହିନ୍ଦୁ ଧର୍ମରେ ଗଙ୍ଗା ଜଳର ଖୁବ ମହତ୍ତ୍ୱ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଘରେ ସୁଖ- ସମୃଦ୍ଧି ଆସିଥାଏ।
ଶଙ୍ଖ –
ପୂଜା ଘରେ ଶଙ୍ଖ ରଖିବା ଦ୍ୱାରା ଓ ଏହାକୁ ନିୟମିତ ବଜାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। କାରଣ ଶଙ୍ଖ ପ୍ରଭୁ ବିଷ୍ଣୁଙ୍କୁ ଖୁବ ପ୍ରିୟ ଅଟେ।
ଗାଈ ଘିଅ –
ହିନ୍ଦୁ ଧର୍ମରେ ଗାଈଙ୍କୁ ମା’ ଭାବେ ସମ୍ବୋଧନ କରିବା ସହ ପୂଜାର୍ଚ୍ଚନା କରାଯାଏ। ଗାଈର ଘିଅ ଦୀପ ଜଳାଇବା, ଯଜ୍ଞ ଆଦି କାର୍ଯ୍ୟରେ ବ୍ୟବହାର କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିଥାଏ। ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ।
ମହୁ –
ଘିଅ ଭଳି ମହୁକୁ ମଧ୍ୟ ଖୁବ ପବିତ୍ର କୁହାଯାଏ। ମହୁରେ ବାସ୍ତୁ ସମସ୍ୟା ଦୂର କରିବାର କ୍ଷମତା ଥାଏ। ପୂଜାରେ ମଧ୍ୟ ମହୁର ବ୍ୟବହାର କରାଯାଏ।
ଆମ୍ବ ପତ୍ର –
ଗୃହର ନିକଟରେ ଏକ ଆମ୍ବ ଗଛ ନିଶ୍ଚୟ ଲଗାନ୍ତୁ। ପୂଜାର୍ଚ୍ଚନା କରିବା ସମୟରେ ଆମ୍ବର ପତ୍ରକୁ ବ୍ୟବହାର କରାଯାଏ। ବିବାହ, ପୂଜା, ଯଜ୍ଞ ଆଦିରେ ଏହି ପତ୍ରର ବିଶେଷ ମହତ୍ତ୍ୱ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories