www.samajalive.in
Thursday, December 11, 2025
13.1 C
Bhubaneswar

ପରଦାକୁ ଆସିଲା ‘ଡ୍ରିମ୍‍ ଗର୍ଲ’

ମୁମ୍ବଇ : ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍‍ ଗର୍ଲ’ ଶୁକ୍ରବାର(୧୩ ସେପ୍ଟେମ୍ବର) ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ନେଇ ତାଙ୍କ ପ୍ରସଂଶକମାନଙ୍କ ମଧ୍ୟରେ ଖୁବ୍‍ ଉତ୍ସାହ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି। ଚଳଚ୍ଚିତ୍ରରେ ନୁଶରତ ଭରୁଚା ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଛନ୍ତି। ଏଥିରେ ଆୟୁଷ୍ମାନ ଏପରି ଜଣେ ପୁଅ ଭୂମିକାରେ ଅଭିନୟ କରିଛନ୍ତି ଯିଏ ଝିଅଙ୍କ କଣ୍ଠରେ କଥା ହୋଇପାରେ। ଏହାବ୍ୟତୀତ ସେ ଚଳଚ୍ଚିତ୍ରରେ ଶାଢୀ ପିନ୍ଧି ରାମଲୀଳାରେ ସୀତାଙ୍କ ଚରିତ୍ରରେ ମଧ୍ୟ ନଜର ଆସିଛନ୍ତି। ପ୍ରଥମ ଦିନର ଆୟ ବିଷୟରେ କହିବାକୁ ଗଲେ, ‘ଡ୍ରିମ୍‍ ଗର୍ଲ’ ଆୟୁଷ୍ମାନଙ୍କ ପୂର୍ବ ଚଳଚ୍ଚିତ୍ରମାନଙ୍କ ରେକର୍ଡ଼ ଭାଙ୍ଗିପାରେ ବୋଲି ଆଶା କରାଯାଉଛି। ଟ୍ରେଡ଼ ଆନାଲିଷ୍ଟ ଗିରୀଶ ଜୋହରଙ୍କ କହିବା ଅନୁସାରେ, ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ୮ରୁ ୧୦ କୋଟି ଟଙ୍କା ଆୟ କରିପାରେ। ଯଦି ଏପରି ହୁଏ ତେବେ ଆୟୁଷ୍ମାନଙ୍କ ପାଇଁ ଏହା ଏକ ବଡ଼ ସଫଳତା ହେବ। କାରଣ ପୂର୍ବରୁ ତାଙ୍କର କୌଣସି ଚଳଚ୍ଚିତ୍ର ପ୍ରଥମ ଦିନରେ ଏତେ ଆୟ କରିନାହିଁ।
‘ଡ୍ରିମ୍‍ ଗର୍ଲ’ର ନିର୍ଦ୍ଦେଶନା ରାଜ ଶାଣ୍ଡିଲ୍ୟ ଦେଇଛନ୍ତି। ଆୟୁଷ୍ମାନ ଓ ନୁସରତଙ୍କ ବ୍ୟତୀତ ଏଥିରେ ଅନ୍ନୁ କପୁର, ବିଜୟ ରାଜ, ରାଜ ଭଂସାଲୀ, ଅଭିଷେକ ବାନାର୍ଜୀ, ନିଧି ବିଷ୍ଟ ଓ ରାଜେଶ ଶର୍ମା ପ୍ରମୁଖ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories