ରାଉରକେଲା : ରାଉରକେଲା ସେକ୍ଟର -୬ ସ୍ଥିତ ଏକ ବିଦ୍ୟାଳୟରେ ଟିକା ନେବା ପରେ ଅସୁସ୍ଥ ହୋଇଥିବା ଛାତ୍ରଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ଉତ୍ତେଜନା ସୃଷ୍ଟି ହେବା ସହ ବିଦ୍ୟାଳୟ ଘେରାଉ କରାଯାଇଛି। ସ୍କୁଲରେ ଟିକା ନେବା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ଅଭିଭାବକଙ୍କ ସହ ସ୍ଥାନୀୟଲୋକେ ବିଦ୍ୟାଳୟକୁ ତାଲା ପକାଇ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ , ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ସ୍କୁଲକୁ ଘେରାଉ କରିଛନ୍ତି। ସେକ୍ଟର -୬ ସ୍ଥିତ ଏକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଗୁରୁବାର ମୃତ୍ୟୁ ହୋଇଥିଲା।
Popular Categories



