www.samajalive.in
Thursday, December 11, 2025
18.1 C
Bhubaneswar

ଖୁବ୍‍ ଶୀଘ୍ର ଆସିବା ନୂଆ ବିଦ୍ୟୁତ୍‍ ଶୁଳ୍କନୀତି

ନୂଆଦିଲ୍ଲୀ: ଶକ୍ତି ଉପଭୋକ୍ତାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଖୁବ୍‍ ଶୀଘ୍ର ଏକ ନୂଆ ବିଦ୍ୟୁତ୍‍ ଶୁଳ୍କନୀତି କାର୍ଯ୍ୟକାରି କରିବେ। ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍‍.କେ. ସିଂ କହିଛନ୍ତି ବିଦ୍ୟୁତ୍‍ କ୍ଷେତ୍ରରେ କ୍ଷତିର ଭରଣା ପାଇଁ କମ୍ପାନିଗୁଡ଼ିକ ଉପଭୋକ୍ତାମାନଙ୍କ ଉପରେ ଅଧିକ ମୂଲ୍ୟ ଧାର୍ଯ୍ୟ କରାଯିବ ଏବଂ ଉପଭୋକ୍ତାମାନଙ୍କୁ ସବ୍‍ସିଡି ସୁରକ୍ଷା ପ୍ରଦାନ ପ୍ରସଙ୍ଗ ଏହି ବିଲରେ ଉଲ୍ଲେଖ ରହିଛି। ସେ କହିଛନ୍ତି, ଉପଭୋକ୍ତାମାନଙ୍କର ଆପତ୍ତି ଅଭିଯୋଗଗୁଡ଼ିକ ଖୁବ୍‍ ଶୀଘ୍ର ସମାଧାନ କରାଯିବା ଏବଂ କେଉଁ ଡିସ୍‍କମ୍‍ରୁ ସେମାନେ ବିଦ୍ୟୁତ୍‍ ନେବେ, ତାହା ସ୍ଥିର କରିବା ପାଇଁ ସେମାନଙ୍କୁ ସକ୍ଷମ କରିବା ସକାଶେ ମଧ୍ୟ ଏହି ବିଲ୍‍ ସାହାଯ୍ୟ କରିବ।

ସେ କହିଛନ୍ତି, ଉପଭୋକ୍ତାମାନଙ୍କ ପାଇଁ ଏହି ଅଧିକାରଗୁଡ଼ିକ ମଧ୍ୟରେ ଦିନରାତି ୨୪ଘଣ୍ଟା ବିଦ୍ୟୁତ୍‍ ଯୋଗାଣ ଏବଂ ଲୋଡ୍‍ ସେଡିଂ ହେଲେ ଡିସ୍‍କମ୍‍ କମ୍ପାନୀଗୁଡ଼ିକ ଉପରେ ଜୋରିମାନା ଦଣ୍ଡ ଲାଗୁ କରାଯିବ ଏବଂ ଏହି ଅର୍ଥକୁ ଉପଭୋକ୍ତାମାନଙ୍କ ଜମାଖାତାକୁ ପଠାଇ ଦିଆଯିବ। ଯଦି ବିଦ୍ୟୁତ୍‍ ଯୋଗାଣରେ ବାଧାପ୍ରାପ୍ତ ହୁଏ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବିଜୁଳି ଯୋଗାଣକୁ ପୁନଃସ୍ଥାପନ କରାଯିବ। ଏଥିପାଇଁ ଏକ ନିୟନ୍ତ୍ରକ ସଂସ୍ଥା ଗଠନ କରାଯିବ। ବିଦ୍ୟୁତ୍‍ ବିତରଣକାରୀ କମ୍ପାନୀଗୁଡ଼ିକ ସେମାନଙ୍କର ଅପାରଗତା ଭାର ଉପଭୋକ୍ତାମାନଙ୍କ ଉପରେ ଲଦିଦେଇ ପାରିବେ ନାହିଁ। ସେ କହିଛନ୍ତି ପ୍ରତ୍ୟେକ ଘରକୁ ବିଦ୍ୟୁତ୍‍ ଓ ରୋଷେଇ ଗ୍ୟାସ୍‍ କନେକ୍ସନ ଦିଆଯିବ। ୨୦୨୨ ମସିହା ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୧କୋଟି ୯୫ ଲକ୍ଷ ବାସଗୃହ ଯୋଗାଇ ଦିଆଯିବ। ଏନ୍‍ଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଶହେଦିନ ମଧ୍ୟରେ ଏ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଉଲ୍ଲେଖ କରି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍‍.କେ. ସିଂ କହିଛନ୍ତି ନିର୍ବାଚନ ସମୟରେ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ନିଶ୍ଚୟ ପାଳନ କରାଯିବ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories