ବେଲଗାଁ: ସାରା ଦେଶରେ ସେପ୍ଟେମ୍ବର ୧ରୁ ଲାଗୁ କରାଯାଇଛି ନୂତନ ଟ୍ରାଫିକ ନିୟମ। ପୂର୍ବ ଟ୍ରାଫିକ ନିୟମରେ ଯାହା ଫାଇନ ପରିମାଣ ଥିଲା ତାହା ୧୦ ଗୁଣା ବଢାଇ ଦିଆଯାଇଛି। ଜାତୀୟ ରାଜପଥ ହେଉ ବା ସହର ମଧ୍ୟ ରାସ୍ତା କିମ୍ବା କୌଣସି କଲୋନି ରାସ୍ତା ସବୁ ଆଡେ ଜଗିରହିଛନ୍ତି ପୁଲିସ। ମୋଟାଅଙ୍କର ଫାଇନ ମଧ୍ୟ ଆଦାୟ କରୁଛନ୍ତି କିନ୍ତୁ ସରକାରଙ୍କ ନଜର ପଡୁନି ରାସ୍ତାର ଶୋଚନିୟ ସ୍ଥିତି ଉପରେ। ରାସ୍ତାର ଏମିତି ଶୋଚନିୟ ଅବସ୍ତା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଇଯାଇଥିବା ଜାତୀୟ ରାଜପଥ ୫୯ ଏବଂ ୨୬ର ସଂଯୋଗ ସ୍ଥଳ ବେଲଗାଁ ଚାରି ଛକ ନିକଟରେ। ରାସ୍ତା ଉପରେ ପାଣି ଜମି ବଡ ବଡ ଗର୍ତ ସୃଷ୍ଟି ହେଲାଣି। ହେଲେ ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି। ସୂଚନା ଯେ ଜାତୀୟ ରାଜପଥ ରାସ୍ତାକୁ ବର୍ଷା ପାଣି ଦାଉରୁ ରକ୍ଷା ପାଇଁ ବେଲଗାଁ ଛକ ନିକଟରେ ଲକ୍ଷାଧିକ ଟଙ୍କାର ଡ୍ରେନ ନିର୍ମାଣ ହୋଇଥିଲା। ହେଲେ ଦୁଇ ବର୍ଷ ନଯାଉଣୁ ନିମ୍ନ ମାନରେ ଡ୍ରେନ ଭାଙ୍ଗି ରୁଜି ତାହାର ପତ୍ତା ନାହିଁ। ଏନେଇ ବର୍ଷା ଜଳ ରାସ୍ତା ଉପରେ ସର୍ବଦା ଜମି ରାସ୍ତାରୁ ପିଚୁ ଖସିଚାଲି ଥିବା ବେଳେ ସ୍ଥାନେ ସ୍ଥାନେ ଆଣ୍ଠୁଏ ଗାତ ହେଲାଣି। ଏନେଇ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି। ରାସ୍ତା ଖାଲରେ ପଡି ଅନେକ ଲୋକ ଆହତ ହେଲେଣି। ଲୋକଙ୍କ ଧନଜୀବନ ସୁରକ୍ଷା ନେଇ ସ୍ଥାନୀୟ ସମାଜସେବୀ ଏନେଇ ଏକ ବୋର୍ଡ ଗାତ ପାଖରେ ଆଣି ଲଗାଇଛନ୍ତି। ସରକାର ରାସ୍ତା ଦୂର୍ଘଟଣାରେ ଲୋକଙ୍କ ସୁରକ୍ଷା ନେଇ ଆଇନ କଡାକଡି କରିବା ସହ ଖିଲାପକାରୀଙ୍କ ଠାରୁ କଡା ଫାଇନ ଅସୁଲ ଆରମ୍ଭ କରିଛନ୍ତି। ତେବେ ଖୋଦ ରାସ୍ତାରେ ଗାତ ହେବା ବ୍ୟବସ୍ଥା ସହ ଲୋକଙ୍କ ଧନଜୀବନକୁ ବିପଦରେ ପକାଇଥିବା ଯନ୍ତ୍ରୀ ଅଧିକାରୀଙ୍କ ପାଇଁ କଣ ଫାଇନ ରହିଛି ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି।
Popular Categories



