ମହାରାଷ୍ଟ୍ର: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ଯେପରି ସମୁଦ୍ର ମଧ୍ୟକୁ ପ୍ରବେଶ ନ କରିବ, ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆମେ ଯେତେବେଳେ ଗଣପତିଙ୍କୁ ବିସର୍ଜନ କରୁଛେ, ସେତେବେଳେ ଅନେକ ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ସମୁଦ୍ର ମଧ୍ୟକୁ ଚାଲିଯାଉଛି। ତେଣୁ ଆମକୁ ଏସବୁକୁ ରୋକିବା ସହ ଆମର ଜଳସମ୍ପଦକୁ ସୁରକ୍ଷିତ ରଖିବାକୁ ହେବ। ମୋଦି କହିଛନ୍ତି, ଦେଶରେ ଉତ୍ତମ ମୌଳିକଢାଞ୍ଚାର ନିର୍ମାଣ ପାଇଁ ସରକାର ଆସନ୍ତା ୫ ବର୍ଷ ଭିତରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ତାହା ମଧ୍ୟରୁ ମୁମ୍ବାଇ ଓ ମହାରାଷ୍ଟ୍ର ପାଇଁ ଅଧିକ ଅର୍ଥ ରଖାଯିବ। ମୁମ୍ବାଇରେ କିଛି ପ୍ରକଳ୍ପକୁ ଉଦ୍ଘାଟନ କରିବା ଅବସରରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।
୧୯ ହଜାର କୋଟି ଟଙ୍କା ସମ୍ବଳିତ ୩ଟି ମେଟ୍ରୋ ପ୍ରକଳ୍ପର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଛଡ଼ା ୩୨ ମହଲା ବିଶିଷ୍ଟ ମେଟ୍ରୋ ଭବନର ମଧ୍ୟ ସେ ଭୂମି ପୂଜନ କରିଛନ୍ତି। ଭାରତ ଆର୍ଥ ମୁଭର୍ସଦ୍ୱାରା ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ନିର୍ମିତ ୫ଟି ମେଟ୍ରୋ କୋଚ୍କୁ ମଧ୍ୟ ସେ ଉଦ୍ଘାଟନ କରିଛନ୍ତି। ସେ ବନ୍ଦୋଗ୍ରି ମେଟ୍ରୋ ଷ୍ଟେସନ୍ ଓ ଅନେ୍ଧରୀ-ଦହିସାର ମେଟ୍ରୋ-୭ ଲାଇନକୁ ମଧ୍ୟ ଉଦ୍ଘାଟନ କରିଛନ୍ତି।



