www.samajalive.in
Monday, December 8, 2025
14.1 C
Bhubaneswar

ବଦଳି ଆଦେଶ ପରେ ଇସ୍ତଫା ଦେଇପାରନ୍ତି ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ବିଜୟା କେ. ତାହିଲରମାନି ତାଙ୍କ ପଦବୀରୁ ଇସ୍ତଫା ଦେଇପାରନ୍ତି। ସୁପ୍ରିମକୋର୍ଟ କଲେଜିୟମ ତାଙ୍କୁ ମେଘାଳୟ ହାଇକୋର୍ଟକୁ ବଦଳି କରିଥିବାରୁ ଏଥିରେ ସେ ଅସନ୍ତୋଷ ପ୍ରକାଶ କରି ଏପରି ପଦକ୍ଷେପ ନେବାକୁ ସ୍ଥିର କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଜୁଡିସିଆଲ ଏକାଡେମୀଠାରେ ୬ଜଣ ଅତିରିକ୍ତ ବିଚାରପତିଙ୍କ ପକ୍ଷରୁ ନୈଶ୍ୟଭୋଜି ଆୟୋଜନ କରାଯାଇଥିଲା। ୨ ଦିନ ତଳେ ଏହି ୬ ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା। ଏଥିରେ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ବିଜୟା ଯୋଗଦେଇଥିଲେ। ସେ ତାଙ୍କ ବଦଳି ଆଦେଶର ପୁନର୍ବିଚାର କରିବା ଲାଗି କଲେଜିୟମଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର କଲେଜିୟମ ତାଙ୍କ ଆବେଦନକୁ ଗ୍ରହଣ କରି ନ ଥିଲେ। ଇତିମଧ୍ୟରେ ମାଡ୍ରାସ ହାଇକୋର୍ଟର ଆଡ୍‌ଭୋକେଟ ଏନ.ଜି.ଆର. ପ୍ରସାଦଙ୍କ ସମେତ ଅନ୍ୟ ଆଡ୍‌ଭୋକେଟମାନେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଚିଠି ଲେଖି ମୁଖ୍ୟ ବିଚାରପତି ବିଜୟାଙ୍କ ବଦଳି ଉପରେ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories