ବନ୍ଦେ ଭାରତ ମିଶନର ନବମ ପର୍ଯ୍ୟାୟ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୪ଟି ଦେଶକୁ ୧ ହଜାର ୪୯୫ଟି ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇ କହିଛନ୍ତି, ଏହି ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଗତ ବୁଧବାର ସୁଦ୍ଧା ୨୬୧ଟି ଆନ୍ତର୍ଜାତିକ ବିମାନ ଦ୍ୱାରା ୧୯ଟି ଦେଶରୁ ପ୍ରାୟ ୪୯ ହଜାର ଲୋକ ଭାରତ ଫେରିଛନ୍ତି।
ସେ କହିଛନ୍ତି ଗତବର୍ଷ ମେ ମାସରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ ବିଶ୍ୱର ସର୍ବବୃହତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ। ଏହି ମିଶନ ଅଧୀନରେ ୪୪ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।



