ସକାଳ @୯ ମୁଖ୍ୟ ଖବର

(୧) ଦିଲ୍ଲୀରେ ରାଜନୀତିର ତାତି… ବିଧାନସଭା ପରିସରରେ କଟିଲା ସାରାରାତି… ଧାରଣାରେ ବସିଲେ ଆପ୍‌ ଓ ବିଜେପି…  ରାଜ୍ୟପାଳଙ୍କ ବିରୋଧରେ ଆପ୍‌ ଆଣିଲା ମନିଲଣ୍ଡରିଂ ଅଭିଯୋଗ… ସେପଟେ ବିଜେପି ବି ମନୀଷ ସିସୋଦିଆଙ୍କୁ ବହିଷ୍କାର ଦାବିରେ ଦେଲା ଧାରଣା…

(୨) ମହାରାଷ୍ଟ୍ରରେ ଚିନ୍ତା ବଢ଼ାଉଛି ସ୍ୱାଇନ୍‌ ଫ୍ଲୁ… ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି ଆକ୍ରାନ୍ତଙ୍କ ସଂଖ୍ୟା… ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ୨୮ ତାରିଖ ମଧ୍ୟରେ ଚିହ୍ନଟ ହେଲେଣି ୨,୩୩୭ଜଣ … ୯୮ ଜଣଙ୍କ ଜୀବନ ନେଲାଣି ଭୂତାଣୁ… ରିପୋର୍ଟ ଦେଲା ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ…

(୩) ଦୀପାବଳିରେ ଆରମ୍ଭ ହେବ ୫-ଜି ସେବା… ପ୍ରଥମେ ମେଟ୍ରୋ ସହରରେ ସେବା ଆରମ୍ଭ କରିବେ ଅମ୍ବାନୀ… ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ଓ କୋଲକତାରେ ଜିଓ ଯୋଗାଇବ ୫-ଜି ସେବା…  ବାର୍ଷିକ ସାଧାରଣ ବୈଠକରେ ଘୋଷଣା କଲେ ମୁକେଶ ଅମ୍ବାନୀ… ସାରା ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ମିଳିବ ସୁବିଧା…

(୪) ଜାତୀୟ କ୍ରୀଡ଼ା ଦିବସରେ ବିଶିଷ୍ଟ କ୍ରୀଡ଼ାବିତଙ୍କୁ ସମ୍ମାନ… ଦିଆଗଲା ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର… ଭାରୋତ୍ତୋଳିକା ଝିଲି ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ସମ୍ମାନ…  ଦେବାଶିଷ ମହାନ୍ତିଙ୍କୁ ମିଳିଲା ଲାଇଫ ଟାଇମ୍‌ ଆଚିଫ୍‌ ମେଣ୍ଟ ଆୱାର୍ଡ…

(୫) ଚର୍ଚ୍ଚାରେ ନୀତିନ ଗଡ଼କରି…  ସଂସଦୀୟ ଦଳ ବୋର୍ଡରୁ ବିଦା ହେବା ପରେ ରଖିଲେ ନିଜର ପ୍ରତିକ୍ରିୟା… ପରୋକ୍ଷରେ ବିଜେପିକୁ କଲେ ଟାର୍ଗେଟ… କହିଲେ, କାହାକୁ ବ୍ୟବହାର କରିବା ପରେ ଫିଙ୍ଗିଦେବା  ଅନୁଚିତ୍‌ …

Comments are closed.