www.samajalive.in
Saturday, December 13, 2025
26.1 C
Bhubaneswar

ନିଜାମୁଦ୍ଦିନ ସଂକଟ : ୯୬୦ ବିଦେଶୀଙ୍କ ଭିସା ରଦ୍ଦ

ନୂଆଦିଲ୍ଲୀ : ନିଜାମୁଦ୍ଦିନ ମସ୍‌ଜିଦରେ ଆୟୋଜିତ ତାବଲିଗି ଜମାତ ସମାବେଶ ମାଧ୍ୟମରେ ଅନ୍ୟୂନ ୯ହଜାର ସଂକ୍ରମିତ ହୋଇଥିବା ଆଶଙ୍କା କରୁଛନ୍ତି ସରକାର। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମାବେଶ ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଏହି ସଂଖ୍ୟକ ଲୋକଙ୍କୁ ସମ୍ପ୍ରତି କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ୧୩୦୬ ବିଦେଶୀ ଅଛନ୍ତି। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୪୦୦ରୁ ଅଧିକ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଗୁରୁବାର ତାମିଲନାଡୁରେ ୭୫ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭୪ଜଣ ଏହି ସମାବେଶ ଫେରନ୍ତା ବୋଲି ଜଣାପଡ଼ିଛି। ବୁଧବାର ନୂଆ ଆକ୍ରାନ୍ତ ୧୧୦ଜଣ ମଧ୍ୟ ନିଜାମୁଦ୍ଦିନ ଫେରନ୍ତା ଥିଲେ। ଗୁରୁବାର ଆସାମରେ ଚିହ୍ନଟ ୧୬ ଆକ୍ରାନ୍ତ ନିଜାମୁଦ୍ଦିନ ଫେରନ୍ତା ବୋଲି ଜଣାପଡ଼ିଛି। ରାଜସ୍ଥାନରେ ୧୧, ଆଣ୍ଡାମାନ ନିକୋବର ଦ୍ବୀପରେ ୯, ଦିଲ୍ଲୀରେ ୪୭, ଜାମ୍ମୁ-କାଶ୍ମୀରରେ ୨୨, ତେଲଙ୍ଗାନାରେ ୩୩, ଆନ୍ଧ୍ରପ୍ରଦେଶରେ ୬୭, ପୁଡୁଚେରୀରେ ୨ ସମାବେଶ ଫେରନ୍ତା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ମହାରାଷ୍ଟ୍ରରେ ୧୩୦୦ଙ୍କୁ ଚିହ୍ନଟ କରାଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଦିଲ୍ଲୀର ୨୩୪୬ ତାବଲିଗି ଜମାତ ସଦସ୍ୟଙ୍କୁ ଠାବ କରାଯିବା ପରେ ୧୮୧୦ଙ୍କୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ ନିଆଯାଇଛି ଓ ୫୩୬ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ବିଭାଗ ସହଯୋଗରେ ସମାବେଶରେ ଯୋଗଦେଇଥିବା ଜମାତ ସଦସ୍ୟ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜାଚାଲିଛି ବୋଲି କହିଛନ୍ତି ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ। ଅନ୍ୟ ଏକ ସୂଚନାନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିଜାମୁଦ୍ଦିନ ସମାବେଶରେ ଯୋଗ ଦେଇଥିବା ୯୬୦ ବିଦେଶୀ ନାଗରିକଙ୍କ ଭିସା ରଦ୍ଦ କରାଯାଇଛି। ଏହି ନାଗରିକଙ୍କୁ କଳାତାଲିକାଭୁକ୍ତ କରାଯାଇଛି। ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୁଲିସ ମୁଖ୍ୟ ଓ ସେମାନେ ରହୁଥିବା ରାଜ୍ୟର ପୁଲିସ ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି। ଏହି ବିଦେଶୀ ନାଗରିକମାନେ ଭିସା ଆଇନ ଓ ବିପର୍ଯ୍ୟୟ ପରିଚାଳନା ଆଇନର ଉଲ୍ଲଙ୍ଘନ କରିଥିବା ନିର୍ଦେଶନାମାରେ ଦର୍ଶାଯାଇଛି। ପର୍ଯ୍ୟଟକ ଭିସା ବଳରେ ଭାରତ ଆସିଥିବା ଏହି ବିଦେଶୀମାନେ ସମାବେଶରେ ଯୋଗ ଦେଇଥିଲେ।
ଜମାତ ସମାବେଶ କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏଥିସହିତ ସେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ବୃଦ୍ଧି ପାଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ବିଭିନ୍ନ ଡାକ୍ତରଖାନା ଓ କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ​‌ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କେଜରିୱାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ପରେ ସମାବେଶ ଫେରନ୍ତା ସାରା ଦେଶରେ କରୋନା ଭୂତାଣୁ ବିଞ୍ଚିଥିବା ନେଇ ସରକାରଙ୍କ ଆଶଙ୍କା ଦୃଢ଼ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories