www.samajalive.in
Sunday, December 14, 2025
16.1 C
Bhubaneswar

କିନୌର ଭୂସ୍ଖଳନ ଘଟଣା: ୯ ପର୍ଯ୍ୟଟକ ମୃତ, ୩ ଆହତ

କିନୌର ଜିଲ୍ଲା ସାଙ୍ଗଲା ଉପତ୍ୟକାର ବୁଟସାରୀ ଅଞ୍ଚଳ ନିକଟ ଏକ ପାହାଡରୁ ବଡ଼ ଧରଣର ଭୂସ୍ଖଳନ ଯୋଗୁ ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଏକ ଟେମ୍ପୋରେ ବସିଥିବା ୧୧ ଜଣ ଲୋକଙ୍କ ମଧ୍ୟରୁ ୯ ଜଣ ପ୍ରାଣ ହରାଇଛନ୍ତି ଏବଂ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଉଛନ୍ତି ମହାରାଷ୍ଟ୍ରର ପ୍ରତୀକ୍ଷା ସୁନୀଲ ପାଟିଲ (୨୭), ଜୟପୁରର ଦୀପା ଶର୍ମା (୩୪), ଛତିଶଗଡର ଆମୋଗ ବାପତ (୨୭), ପଶ୍ଚିମ ଦିଲ୍ଲୀର ଡ୍ରାଇଭର ଉମରାବ ସିଂ (୪୨), ରାଜସ୍ଥାନର କୁମାର ଉଲହାସ ବେଦ ପାଠକ (୩୭), ଅନୁରାଗ ବିୟାନି (୩୧), ମାୟା ଦେବୀ ବିୟାନି (୫୫), ରିଚା ବିୟାନି (୨୫) ଏବଂ ଛତିଶଗଡର ସତୀଶ କଟକବର (୩୪)। ଆହତମାନେ ପଶ୍ଚିମ ଦିଲ୍ଲୀର ଶିରିଲ ଓବ୍ରୋ, ମୋହାଲି ପଞ୍ଜାବର ନବୀନ ଭରଦ୍ୱାଜ ଏବଂ ସାଙ୍ଗଲା କିନୌରର ରଜିତ ସିଂ ଚିହ୍ନଟ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories