ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହ୍ୱାୱାରେ ବିରୋଧୀ ଦଳ ଏକ ପ୍ରକାର ଧ୍ୱସ୍ତ ହୋଇଯାଇଛି। ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିରୋଧୀ ଦଳଙ୍କ ନିଦ ହଜାଇ ଦେଇଛି। ବିଜେପିର ଏହି ବିଜୟ ସ୍ରୋତରେ ବହୁ ବରିଷ୍ଠ ନେତାଙ୍କ ଗାଦି ଛଡାଇ ନେଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଚର୍ଚ୍ଚା ଏବଂ ଆଲୋଚନାର ଶୀର୍ଷକରେ ଥିଲା ଭୋପାଳ ଲୋକସଭା ଆସନ। ଏହି ଆସନରୁ ବିଜେପିର ବିବାଦୀୟ ବୟାନ ଦେଉଥିବା ପ୍ରଜ୍ଞା ସିଂହ ଠାକୁର ଏବଂ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ମଧ୍ୟରେ ଲଢେଇ ହୋଇଥିଲା।
ଏହି ନିର୍ବାଚନ ଫଳାଫଳରେ ବିଭିନ୍ନ ରାଜ୍ୟର କଂଗ୍ରେସର ୯ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତର ସ୍ୱାଦ ଚାଖିବାକୁ ପଡିଛି। ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟ କେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ପରାଜୟ ହୋଇଛନ୍ତି।
୧. ଦିଗବିଜୟ ସିଂହ – ମଧ୍ୟପ୍ରଦେଶ
୨. ଶୀଲା ଦିକ୍ଷୀତ- ନୂଆଦିଲ୍ଲୀ
୩. ଭୁପେନ୍ଦ୍ର ସିଂହ ହୁଡା- ହରିୟାଣା
୪. ଔରିଶ ରାୱାତ – ଉତ୍ତରାଖଣ୍ଡ
୫. ଅଶୋକ ଚୌହ୍ୱାନ- ମହାରାଷ୍ଟ୍ର
୬. ଓୁଶୀଲ କୁମାର ସିନେ୍ଧ- ମହାରାଷ୍ଟ୍ର
୭. ମୁକୁଲ ସାଙ୍ଗମା- ମେଘାଳୟ
୮. ନବମ ତୁକି- ଅରୁଣାଞ୍ଚଳ ପ୍ରଦେଶ
୯. ବିରପ୍ପା ମୋଇଲି – କର୍ଣ୍ଣାଟକ
ମୋଦୀ ସୁନାମୀ; ପରାଜିତ ହେଲେ ୯ ପୂର୍ବତନ ମୁଖ୍ୟମନ୍ତ୍ରୀ
Popular Categories


