ଚାଲୁଛି ୮୭ ବର୍ଷ ପୁରୁଣା ଟିଭି

ପୁରୁଣା ଜିନିଷର ଦମ୍ଭ ଓ କାର୍ଯ୍ୟଦକ୍ଷତା ଯେ ଖୁବ୍ ଅଧିକ।, ୧୯୩୬ ମସିହାର ଏକ ଟେଲିଭିଜନ ବ୍ରିଟେନ୍‌ରେ ଠାବ ହେବା ପରେ ତାହା ପ୍ରମାଣିତ ହୋଇଛି। ଏହି କଳାଧଳା ମାର୍କୋନିଫୋନ୍‌ ୭୦୨ ଟିଭିର ବର୍ତ୍ତମାନ ମୂଲ୍ୟ ୧୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ। କମ୍ପାନୀର ବରିଷ୍ଠ କର୍ମଚାରୀ କହିଛନ୍ତି, ତତ୍କାଳୀନ ରାଜା କିଙ୍ଗ୍ ଜର୍ଜ(ଷଷ୍ଠ)ଙ୍କ ରାଜ୍ୟାଭିଷେକର ସିଧା ପ୍ରସାରଣ କରିବାକୁ ଏହି ଟେଲିଭିଜନ ତିଆରି କରାଯାଇଥିଲା। ବିବିସି ବ୍ୟତୀତ ଅନ୍ୟ କୌଣସି ଚ୍ୟାନେଲ୍ ଏଥିରେ ଦେଖିହୁଏନି। ଲଣ୍ଡନ ବାସିନ୍ଦା ଜନୈକ ଅବସରପ୍ରାପ୍ତ ଯନ୍ତ୍ରୀ ଏହି ଟିଭିକୁ କିଣି ଏବେ ପର୍ଯ୍ୟନ୍ତ ଦେଖୁଥିବାରୁ ତାହା ଚର୍ଚ୍ଚାର ବିଷୟ ହୋଇଛି। ଆନାଲଗ୍‌ରୁ ଡିଜିଟାଲ୍‌କୁ ପରିବର୍ତ୍ତନ କରିବା ପାଇଁ ଏକ ସେଟ୍‌ଟପ୍‌ ବକ୍ସ ବି ଲଗାଯାଇଛି।

kalyan agarbati

Comments are closed.