www.samajalive.in
Wednesday, December 10, 2025
15.1 C
Bhubaneswar

କଟକରେ ଗୁଳି ଫୁଟାଇ ଲୁଟି ନେଲେ ସୁନା ଅଳଙ୍କାର ସହ ଟଙ୍କା

କଟକ : କଟକରେ ଗୁଳି କରି ଲୁଟିଲେ ଦୁର୍ବୃତ୍ତ। ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ। ଏଭଳି ଘଟଣା ଆଜି କନ୍ଦରପୁର ଥାନା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ମାତଗଜପୁର ଲେବୁଲ କ୍ରସିଂ ନିକଟରେ ଘଟିଛି। ହାଟସାହି ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଠାରୁ ଏହି ଲୁଟ୍‌‌ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ୍‌‌ କରିଛନ୍ତି। ୩ଟି ବାଇକ୍‌‌ରେ ୫ ରୁ ୬ ଦୁର୍ବୃତ୍ତ ଆସି ଏହି ଲୁଟ୍‌‌ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଠି ହୋଇଥିଲେ ମଧ୍ୟ ଲୁଟେରା ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories